STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ମହାପ୍ରଭୁଙ୍କର ଗଜାନନ ବେଶ

ମହାପ୍ରଭୁଙ୍କର ଗଜାନନ ବେଶ

1 min
392


ଯାହାଙ୍କର ବେଶ ଅଶେଷ

ବର୍ଣ୍ଣିଲେ କରି ହୁଏ ନାହିଁ ଶେଷ

ସେ ଯେ ବିଶ୍ଵ ବ୍ରହ୍ମାଣ୍ଡର ପତି

ପ୍ରଭୁ ଜଗଦୀଶ ଜଗତର ବିଶ୍ଵାସ

ତାଙ୍କ ବିନା ଲାଗେ ନିଃସ୍ଵ

ସଂସାରର ସେ ଆଲୋକ ମହାଜ୍ୟୋତି

ପୂର୍ଣ୍ଣ କରନ୍ତି ସବୁ ଅଭିଳାଷ

ମହାପ୍ରଭୁଙ୍କର ଗଜାନନ ବେଶ 

ଭକ୍ତର ମନ ରଖିବାକୁ

କରିଥିଲେ ସ୍ଵୟଂ ପ୍ରକାଶ

ସବୁ ରୂପ ବେଶ ଆକାରରେ ଯିଏ

ସର୍ବବ୍ୟାପୀ ସର୍ବ ବିଦ୍ୟମାନ

ସର୍ବଶକ୍ତିର ସେ ଅନନ୍ତ ମହାଉତ୍ସ

ବେଶ ବଦଳାଇବା ତାଙ୍କ ପାଇଁ

କିବା ଅସାଧ୍ୟ ଅସମ୍ଭବ...

ଜଡ଼ ହୁଏ ଚେତନ କଲେ ସେ ସ୍ପର୍ଶ

ଗଣପତି ଭଟ୍ଟ ନାମେ ଜନୈକ ଭକ୍ତ

ଉପାସନା କରୁଥିଲେ ଶ୍ରୀଗଣେଶ

ପ୍ରଭୁଙ୍କ ଦର୍ଶନେ ଆସିଥିଲେ

ଛାଡି଼ ମହାରାଷ୍ଟ୍ର ପ୍ରଦେଶ

ଦାରୁ ବ୍ରହ୍ମରେ ଦେଖିବାକୁ ଗଜବେଶ

ସେ ମନେ ପ୍ରାଣେ ରଖିଥିଲେ

ଦୃଢ ଭରସା ଆତ୍ମବିଶ୍ବାସ

ଆସି ଦେଖିଲେ ଯେବେ ସେ ଦାରୁବ୍ରହ୍ମ

ହେଲା ନାହିଁ ତାଙ୍କର ମନ ତୋଷ

ଫେରି ଯାଉଥିଲେ ସେ

ମର୍ମାହତେ ହୋଇ ନିରାଶ

ବଡ଼ ପଣ୍ଡାଙ୍କୁ ପ୍ରଭୁ ଦେଲେ ସ୍ବାପ୍ନାଦେଶ

ସଙ୍ଗେ ସଙ୍ଗେ ଯାଇ ତାଙ୍କୁ

ବାଟରୁ ଫେରାଇ ଆଣିଲେ ପାଶ

ଗଜାନନ ବେଶେ ପ୍ରଭୁ 

ତାଙ୍କୁ ଦେଲେ ଦାରୁ ମଧ୍ୟେ ଦର୍ଶନ

ପୂର୍ଣ୍ଣ ହେଲା ତାଙ୍କ ଅଭିଳାଷ

ଆଉ ନ ରହିଲା ତିଳେ ଅବଶୋଷ

ଭକ୍ତଙ୍କୁ କରାଇ ଦେବାକୁ ସ୍ମରଣ

ଅତୀତର ଏ କିମ୍ଵଦନ୍ତୀ

ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁ 

ସ୍ନାନ ବେଦୀରେ ହୁଅନ୍ତି 

ଅଦ୍ଭୁତ ଏ ଗଜାନନ ବେଶ

ଶ୍ରଦ୍ଧାଳୁ ଭକତ ଚାହିଁଥାନ୍ତି ଏକଧ୍ୟାନେ

ସତୃଷ୍ଣ ନୟନେ ଅପଲକେ

ଦେଖି ଏ ବେଶ ହୁଅନ୍ତି ସନ୍ତୋଷ

ଧନ୍ୟ ଧନ୍ୟ ମହାପ୍ରଭୁ 

ତୁମର ଲୀଳା କୌତୁକର ବିଶେଷ

ବୁଝି ବି ହୁଏନା ବୁଝି

ତୁମ ମହିମାର ଗୁଢ଼ ରହସ୍ୟ

ଶ୍ରୀଚରଣରେ ତୁମର ଭକ୍ତି ଭରେ

କୋଟି କୋଟି କରୁଛି ପ୍ରଣାମ

ପୋଛି ଆଖି ଲୁହ ଓଠେ ଦିଅ ହସ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract