STORYMIRROR

Kalyani Nanda

Drama Inspirational

4  

Kalyani Nanda

Drama Inspirational

ସମୟ ଚକ୍ରରେ ସଂସାର

ସମୟ ଚକ୍ରରେ ସଂସାର

1 min
376

    

         ଯାଉଛି ଗଡି, ସମୟ ଚକ,

         ନେଉଛି ଟାଣି, ସଂସାର ରଥ,

         ଦଇବ ଦଉଡି, ବନ୍ଧା ମଣିଷ,

         ଯେଣିକି ଟାଣେ,ଯାଏ ମଣିଷ।

   

         ଗଳାରେ ବନ୍ଧା ଯେ ପାପ,ପୂଣ୍ୟ,,

         ଜୀବନ ଗତି, ନାହିଁ ବିଶ୍ବାସ

          ଆଜିର ଜୀବ, କାଲି ନ ଥିବ,

         ହେଉଛୁ ବାଇ, କିମ୍ପାଇଁ ମନ ?

             

          ସଂସାର ପଥ, ନୁହେଁ ସୁଗମ,

          କେଉଁଠି କଣ୍ଟା, କେଉଁଠି ଫୁଲ,

          କେବେ ସୁଖ ତ,କେବେ ଦୁଃଖ,

         ସଚେତ ହୋଇ ଆଗେଇ ଚାଲ।

            

          ସତ୍ କର୍ମ କୁ କରି ପାଥେୟ,

          ସଂସାର ରଥ ,ଆଗେଇ ନିଅ,

          ସତ୍ୟ,ଧର୍ମ ପଥ ଯେ କଠିନ,

          ରେ ମନ, ସେ ଯେ ମୁକ୍ତିର ପଥ।

             

          ଛ' ଖଣ୍ଡ କାଠେ ବନ୍ଧା ଶରୀର,

          ମାଟିରେ ମିଶିବ ମାଟି ଶରୀର,

          ଛାଡିଲେ ଜୀବ,ହେବୁ ତୁ ପର,

          ନୁହଁ କେହି ଯେ ଏଠି ନିଜର ।


          ହୋଇବ ଧନ୍ୟ ଜୀବନ ତୋର,

          ଭଜୁଥା ମନ, ତୁ ହରି ନାମ,

          ଜଗତ ନାଥ ସେ ଜଗନ୍ନାଥ,

         ପାଦେ ତୁ ସଦା ରଖିଥା ଲୟ।

             

     

               



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama