STORYMIRROR

Bidyadhar Mantry

Drama Inspirational Others

4  

Bidyadhar Mantry

Drama Inspirational Others

ରଜ ଭୁଆସୁଣୀ

ରଜ ଭୁଆସୁଣୀ

1 min
290


ଏ ଭୁଆସୁଣୀ କଣ

ରଜରେ ଭୁଆସୁଣୀ କଥା ଅଛି

ଇଂରାଜୀ ମିଡିଅମ୍ ପିଲାର ପ୍ରଶ୍ନ

କେମିତି ବୁଝିବ, ଏ ତ ପୁରୁଣା ଶବ୍ଦ

ଭାଷା ପୁଣି ଲୋକକଥା ର ମହତ୍ତ୍ଵ

ସହଜ କେବଳ ସେମାନଙ୍କ ପାଇଁ

ଓଡ଼ିଆ ଭାଷା ସାହିତ୍ୟ ବୁଝିଥିବା 

ମାଟି ମା ର କଥା ଜାଣିଥିବା ପାଠକ ।


ରଜ ର ମୁଖ୍ୟ ଆକର୍ଷଣ ଭୁଆସୁଣୀ

ନିଜକୁ ସଜାଇ ଦୋଳିରେ ବସିବ

ସଜବାଜ ନ ଥିଲେ କି ଭୁଆସୁଣୀ 

ଭୁଆସୁଣୀ ଯେଉଁଠି,ରଜ ଜମିବ ହିଁ ଜମିବ

ଖିଲିଖିଲି ହସ ହେଉଥିବ

ପାନ ଖାଇ ଓଠ ବି ନାଲି ହୋଇଥିବ

ହସିଲେ ହସ ବି ନାଲିଆ ନାଲିଆ ।


ପାଦରେ ଅଳତା,ମଥାରେ ଚିତା

ନୂଆ ଶାଢ଼ୀ ପୁଣି ରିବନ୍ ଫିତା

ପାଟିରେ ପାନ,ପେଟରେ ପିଠା

ଲାଜୁଆ ହସ ତ ସବୁଠୁ ମିଠା

ଭୁଆସୁଣୀ ମେଳେ ହସ ବି ଠୋ ଠା

ଏଇତ ରଜ ର ଅସଲ ମଜା ।


ଭୁଆସୁଣୀ କିଛି ନାହିଁ,କୁମାରୀ ର ଅନ୍ୟ ନାମ

ଅର୍ଥର ଅର୍ଥ,ଭାବାର୍ଥ ଓ ସରଳାର୍ଥ

ଲୋକ କଥାରେ ଭୁଆସୁଣୀ

କୁଳ ଭୁଆସୁଣୀ,ଘର ଭୁଆସୁଣୀ

ଭୁଆସୁଣୀ ହିଁ ଘରର ଶୋଭା ।


ଦୋଳିରେ ତ ସମସ୍ତେ ଝୁଲନ୍ତି

ରଜ ସମସ୍ତଙ୍କ ପାଇଁ

ହେଲେ ଅସଲ ଦାବିଦାର ହିଁ ଭୁଆସୁଣୀ

ଭୁଆସୁଣୀ ର ହିଁ ବେଶି ହସ

କଥା କହିଲେ ହସ

ହସିଲେ ହସ,ପାଟି ଖୋଲିଲେ ହସ ହିଁ ହସ

ହସ ପ୍ରିୟ ଭୁଆସୁଣୀ ।


ରଜ ପାଇଁ ବି ଗୀତ ଅଛି

ନୂଆ ଗୀତ ବି ଲେଖା ହେଉଛି

ହେଲେ ଭୁଆସୁଣୀ ର ପସନ୍ଦ ଗଜ ଥାଇ ଗୀତ

ଗୀତରେ ଗଜ ଥିଲେ ହିଁ ରଜ ଗୀତ

ଗଜ ଡାକୁ ଥିବ,ଦୋଳି ଝୁଲୁ ଥିବ

ଭୁଆସୁଣୀ ଦୋଳିରେ ହଲୁଥିବ

ଜମିବ ରଜ, ଜମିବ ରଜ ପରିବେଶ ।


ପିଲା କଣ ବଡ ହଁ କହିଲାଣି

ବୋଧେ ଭୁଆସୁଣୀ ଅର୍ଥ ବୁଝିଗଲାଣି

ଭଲ ହେଲା,ଆଉ କାହିଁକି!

ଏ ଭୁଆସୁଣୀ କଥା ଏଇଠି ଥାଉ ।


Rate this content
Log in

Similar oriya poem from Drama