ପାନ୍ଥଶାଳା
ପାନ୍ଥଶାଳା
ଧରା ନାମେ ପାନ୍ଥଶାଳା
ସର୍ବବୃହତ ପରିସର ପରିଧି ବିଶିଷ୍ଟ
ତୁମ ଦେହେ କେତେ ହସ୍ତାକ୍ଷର
ତୁମେ କେବେ ହୁଅନା ତରୁଷ୍ଟ l
ତୁମ ଦେହେ ସଜୀଵ ଓ ନିର୍ଜୀଵ ସହଚର
ରାତ୍ରୀ ଶେଷେ ଚାଲିଯାଆନ୍ତି କୁଆଡେ
ତୁମକୁ ଲାଗେନା କ୍ଲୀଷ୍ଟ ଅବା ହୁଅନା କେମିତି
ମନ୍ତମୁଗ୍ଧ୍ୱେ ନିରୁଦିଷ୍ଟ l
ବରଂ ତୁମେ ଅଭିଷ୍ଟ ଓ ଆଭିଷ୍ଟ ଭିତରେ ତୁଷ୍ଟ
ହେ ପାନ୍ଥଶାଳା ଏତେ ପଥିକ ପାନ୍ଥ ଓ ସନ୍ଥ
ତୁମ ଦେହରେ ଲେଖନ୍ତି ନାଁ ଗାଁ ଠିକଣା
ତୁମେ ସହିଯାଅ ଲେଖନୀ କଷ୍ଟ l
ସେଥିରେ ତୁମେ ଏତେ ସନ୍ତୁଷ୍ଟ
ମାସ ବର୍ଷ ଦିନ ଯାଏ ରହେ ପୁନଃଶ୍ଚ ପ୍ରକ୍ରିୟା
ଶୁଭେ ଶୁଭଶଙ୍ଖ ଅଭିନନ୍ଦନ ଅନାହୁତ
ଆଗନ୍ତୁକ l
ପିଢ଼ି ପରେ ପିଢ଼ି କରନ୍ତି ଭାରାକ୍ରାନ୍ତ
ତୁମେ ହୁଅନି ତ ଜମା ଅସନ୍ତୁଷ୍ଟ
ତୁମେ ରଖିଛ ପାଣି ପବନ ସମୁଦ୍ର ଗଛ ମାଛ
କରିବାକୁ ଏତେ ଆକୃଷ୍ଟ l
ହୁଏତ ଏହା ଵିଧି ନିର୍ଦ୍ଦିଷ୍ଟ
ତଥାପି ହେ ଧରା ମାଟି ମାଆ ପସରା
ଖରା ତରା ଚେତନା ଚୈତନ୍ୟ ଭିତରେ
ତୁମେ ଶତାଦ୍ଦୀ ଧରି ସନ୍ତୁଷ୍ଟ l
ସବୁକିଛି ଉପାଦାନ ଅଶ୍ୱଚ୍ଛ ଭିତରେ ତୁମେ ଶିଷ୍ଟ
କମନୀୟ ନମନୀୟ ପାନ୍ଥଶାଳା
ଅତୀବ ସ୍ପଷ୍ଟ, ତୁଷ୍ଟ ଓ ଅଭିଷ୍ଟ ତଥା ନୀତିନିଷ୍ଠ l
