STORYMIRROR

Ayush Badhai

Drama Romance Inspirational

3  

Ayush Badhai

Drama Romance Inspirational

ଆଲୋଡନ

ଆଲୋଡନ

1 min
125


ନିଛାଟିଆ ଗୋଟେ ଲମ୍ବା ପଥେ

ଚଳ ଚଞ୍ଚଳ ମନତୁ ଭାରି ଅମାନିଆ,

କଥା କଥା ରେ ଭରି ଦଉ ନିଷ୍ଫଳ ପ୍ରେମ

ଆଜି ଏଠି କାଲି ନାହିଁ କେଡେ ବେମାନିୟା ।।


ଚଞ୍ଚଳ ମନେ ଭରି ନିଷ୍ଫଳ ପ୍ରେମ

ଗଢ଼ିଦଉ ମନେ କାଗଜ ଡଙ୍ଗା ର ଲାଳସା,

ବେଲ ଥାଉ ଥାଉ ନ ବର୍ତ୍ତିଲେ ବାପ

ନେଇଯାଉ ମନେ ବାନ୍ଧି ନାନା ବସା ।।


ଥରେ ସମୟ ଚାଲିଗଲେ ଯେବେ

ଆଉ କି କଣ କିଛି ଲାଭ,

ବେଲ ଥାଉ ଥାଉ ତ

ନ କରି ପାରିଲୁ ତାକୁ ଠାବ ।।


ନିଷ୍ଫଳ ପ୍ରେମ ମାୟାଜାଲେ  ବାନ୍ଧି

କାମଦେବ କରିଥିଲା କି ମାୟା ,

ଭଲ ମନ୍ଦ ଆଗେ ଦିସୁଥାଇ ମଧ୍ୟ

ଲଗାମ ଛୋଡ ହୋଇଲୁ ରେ ବାୟା ।।


ଜହ୍ନ ଆଲୁଅ ନିଛାଟିଆ ରାତିରେ

ଗଢ଼ି ପ୍ରେମ ସମ୍ପର୍କ ତୀର,

ମୁଢ଼ ହଜେଇଲୁ ମୂଲ୍ୟବାନ

ସମୟ ଜୀବନ ର ତୋର ।।


କରି ସାରି ନିଷ୍ଫଳ ପ୍ରେମ ସେହି

ନିଛାଟିଆ ଜହ୍ନରାତି ଆଲୁଅ ରେ,

ପଛକୁ ଚାହିଁ ଦେଖିଲେ ଶରୀର

ପୁଣି ସେହି ବାସି ବିଛନା ଉପରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama