ଜଗନ୍ନାଥ ମୁଁ ଜଗତ କର୍ତ୍ତା
ଜଗନ୍ନାଥ ମୁଁ ଜଗତ କର୍ତ୍ତା
ଜଗତ କରତା ନମାନିଲ ନାହିଁ
ନମାନ ଜଗତ ପତି
ମଣିଷ ଭଳିଆ ମଣିଷଟେ ହୁଅ
ଉତ୍ପାତ ହୁଅନି ଅତି I
ତୁମେ ସବୁ ମୋର ସନ୍ତାନ ସନ୍ତତି
ଦୋଷ ତୁମ ଧରିନାହିଁ
ଯେତେ ସବୁ ଭୁଲ କରିଦିଅ ତୁମେ
ମନକୁ ମୋ ନେଇନାହିଁ I
ତୁମ ରକ୍ଷାପାଇଁ ଅବତାର ନେଇ
ଜନମିଛି ବାରମ୍ବାର
ଦୁଷ୍ଟ ଶକତି ମୁଁ ବିନାଶ କରିଛି
କମାଇଛି ପାପ ଭାର I
ଏବେ ତୁମେସବୁ ଉତ୍ପାତ ହେଉଛ
ମୋତେ ଧିରେ ଭୁଲିଯାଅ
ପତିତପାବନ କହିବାକୁ ମୋତେ
କେତେଯେ କୁଣ୍ଠିତ ହୁଅ I
ପିତାହୋଇ ମୋର ସନ୍ତାନ ସଂହାର
କରି ପାରିଲିନି ବୋଲି
କ୍ଷୁଦ୍ର ଅତି କ୍ଷୁଦ୍ର କରୋନା ଭୁତାଣୁ
ସେ ପାଇଁ ସର୍ଜନା କଲି I
ତୁମ ଆଖିକୁ ସେ ଦେଖା ଯାଉନାହିଁ
ତା ପାଖେ ଯାଉଛ ହାରି
ତଥାପି ପାପିଷ୍ଠ ହେଉଛ କୁଣ୍ଠିତ
ଡାକିବାକୁ ହରି ହରି I