STORYMIRROR

Ayush Badhai

Abstract Classics Inspirational

3  

Ayush Badhai

Abstract Classics Inspirational

ବିଚାର

ବିଚାର

1 min
149


ଧନ୍ୟ ଧନ୍ୟ ଶାସକ ବିଚାର ତୁମର

ଆଇନ କାନୁନ୍ ନୀୟମ ନୀତି,

ଦୋଷୀ ଚାଲେ ମୁଣ୍ଡ ଟେକି ଏଠି

 ନିର୍ଦ୍ଦୋଷ ଭୋଗେ ନାହିଁ ନ ଥିବା ଶାସ୍ତି।।


ନ୍ୟାୟଦେବୀ ମୁଖେ କଳାପଟି ବାନ୍ଧି

ଆଲୁଅରେ ହେଉଛି ଅନ୍ୟାୟ

ସବୁଦେଖି ଜାଣିଶୁଣି ଭଦ୍ର

ସଭ୍ୟ ସମାଜେ ସାଜିଛନ୍ତି ପିତାମହ ।।


ଆଜିକାଲି ବଜାରରେ ସବୁ କିଣାବିକା

 କିଛି ନା କିଛି ମୂଲ୍ୟ ସବୁ ଜିନିଷର

ନିୟମ ନିଷ୍ଠା ସବୁ କାଗଜରେ ଥାଉ

ହାତେ ତାହାର ପଇସା ଯାହାର ।।


ଯାର ଅବଦାନ ମନୁଷ୍ୟ ହିତରେ 

ଚିତ୍ତରେ ବିଚାର ଶୂନ୍ୟ ତା ପାଇଁ

ଖେଳୁଛି ଜନତା ପଞ୍ଚଭୂତ ସଙ୍ଗେ

ଯାର ବିଘଟନେ ଜୀବନ କାହିଁ।।


ନିଶା ନିବାରଣ ନାରୀ ନିର୍ଯାତନା

ଶିଶୁ ସୁରକ୍ଷା ଓ ଶିଶୁ ବିକାଶ

ଏହାର ସ୍ଲୋଗାନ ଦେବାରେ ଭଦ୍ର ସମାଜ

ନିଜକୁ ରଖିଛି ସବୁବେଳେ ବ୍ୟସ୍ତ ।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract