Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Classics Others

4.0  

Papu parida

Drama Classics Others

ବୋଧେ ଏହା ହିଁ ସମ୍ପର୍କ

ବୋଧେ ଏହା ହିଁ ସମ୍ପର୍କ

1 min
170


ତୁମ ସୁଖରେ ସୁଖୀ

ତୁମ ଦୁଃଖରେ ଦୁଃଖୀ

ବିନା ପ୍ରାପ୍ୟରେ ନିଜ ଛୁଆଙ୍କ ପାଇଁ ସବୁ କିଛି କରିବା

ବୋଧେ ଏହା ହିଁ ସ୍ନେହ ।


ତୁମ ପେଟର ଭୋକ ଅବା

ତୁମ ମନର ଦୁଃଖ

ବିନା କଥାରେ ତୁମ ମନର ଅବସ୍ଥା ଜାଣି ନେବା

ବୋଧେ ଏହା ହିଁ ମମତା ।


ତୁମ ଖୁସିର ସହଭାଗୀ

ତୁମ ଦୁଃଖର ଦରଦୀ

ବିନା ସର୍ତ୍ତରେ ବିପଦେ ତୁମ ସାଥେ ସାଥେ ଥିବା

ବୋଧେ ଏହା ହିଁ ଶ୍ରଦ୍ଧା ।


ତୁମ ଆଦେଶ ତା ପାଇଁ ବେଦ ଗାର

ତୁମ ଉପଦେଶ ତା ପାଇଁ ଆର୍ଶୀବାଦ

ବିନା ଦ୍ଵିଗ୍ଧାରେ ତୁମ ପ୍ରତିଟି ନିଷ୍ପତି ସହିବା

ବୋଧେ ଏହା ହିଁ ସମ୍ମାନ ।


ତୁମ ବିଜୟରେ ଆନନ୍ଦ

ତୁମ ପରାଜୟରେ ବିଷାଦ

ବିନା ସ୍ୱାର୍ଥରେ ତୁମ ମଙ୍ଗଳ ମନାସିବା

ବୋଧେ ଏହା ହିଁ ଆଦର ।


ତୁମ ପାଇଁ ଆନ୍ତରିକତା

ତୁମ ପାଇଁ ଦୁର୍ବଳତା

ତୁମ ବିରହ ସହି ମଧ୍ୟ ତୁମକୁ ନ ଭୁଲିବା

ବୋଧେ ଏହା ହିଁ ପ୍ରେମ ।


ତୁମ ପାଇଁ ଦାନ

ତୁମ ଦୁଃଖନାଶନ

ବିନା ଚିହ୍ନାରେ ତୁମ ପାଖେ ଠିଆ ହେବା

ବଧେ ଏହା ହିଁ ସାହାଯ୍ୟ ।


Rate this content
Log in

Similar oriya poem from Drama