ସ୍ମୁତିର ସହର ମୋ ପିଲାଦିନର
ସ୍ମୁତିର ସହର ମୋ ପିଲାଦିନର
ମୋ ପିଲାଦିନର ତୁମେ ସେଇ ସ୍ମୁତିର ସହର ,
କହିବାକୁ ଠିକ ଲାଗେନି ତୁମକୁ ପୁରୁଣା ହେଇ ! ତୁମେ ତ ମୋ ଅତି ନିଜର ଘର ,
ଜ୍ଵଳନ୍ତ ମୁକସାକ୍ଷୀ ତୁମେ ମୋ ସଙ୍ଘର୍ଷ ଦିନର ,
ସ୍ମୁତି ତୁମେ ମୋ ସଙ୍ଘର୍ଷ ଜୁଆରରେ ପରାସ୍ତ ପରସ୍ତ ପରସ୍ତ ଅବସାଦର ।
ଏବେବି ଏତେ ଦୁରେ ହାତ ଠାରି ଡାକେ ବରା ବାସ୍ନା ସେ ତୁମ ଗଳିର ,
ମୁଁହ ବୁଲେଇ ଡାକେ ସେଇ ସ୍କୁଲ ଯିବା ରାସ୍ତା ସେଦିନର ,
ସେ ସ୍କୁଲର କ୍ଲାସ ରୁମ ମୋ ପିଲାଦିନ ସହରର,
ସେଇ ସ୍ମୁତି ଚିତ୍ର ପଟ ଅଭୁଲା ଦିନର ।
ଇଚ୍ଛା ହୁଏ ଦୌଡ଼ି ଯିବାକୁ ,
ଦୁରେଇବାକୁ ମୋ ମନର ଅସ୍ଥିରତା କୁ ,
ସବୁ ଅତୀତର ସ୍ମୁତି ସାଉଁଟିବାକୁ ,
ସେଇ ମୋ ପିଲା ଦିନ ସହରର କୋଳକୁ ।
ଖୋଜିବାକୁ ସେଇ ବର୍ଷାର ଜଳ ଧାରା ପୁଣି କୁହୁଡି ଭିଜା ଶୀତ ସକାଳକୁ ,
କାରଣ ଏବେ ବି ମୋ ପୁରୁଣା ସହର ଆସ ତୁମେ ନିଆରା ଢଙ୍ଗରେ ମନକୁ ,
ମୋ ମନ କୁହେ ତୁମେ ବି ଚାହିଁଥିବ ମୋତେ ମୋ ଆସିବା ବାଟକୁ ,
ପାଇବାକୁ ହଜିଲା ଦିନର ସ୍ମୁତି ଭଣ୍ଡାର ତୁମ ସହ ଥିବା ଏ ଜୀବନର ନିବିଡ଼ ସମ୍ପର୍କକୁ ।