STORYMIRROR

Priyabrata Mohanty

Drama

3  

Priyabrata Mohanty

Drama

ବିପିଏଲ ଜାଲ

ବିପିଏଲ ଜାଲ

1 min
203

ଆରେ ଭାଇ ବିପିଏଲ 

କି ମନ୍ତର କଲା,

ପରିବାର ଭାଙ୍ଗି ଦେଇ 

ଛାର ଖାର କଲା ।୧।


ବାପ ଠାରୁ ପୁଅ ଝିଅ 

ଭିନ୍ନ ଯେ ହୋଇଲା,

ମାୟା ଜାଲେ ସ୍ତ୍ରୀ ପଡ଼ି

ଛାଡ଼ପତ୍ର ନେଲା ।୨।


ଗୋଟେ-ଘର ଗୋଟେ-ଚୁଲି

କାହାର ନଥିଲା,

କାଗଜରେ ଜାଗା ବାଡ଼ି 

ସବୁ ବାଣ୍ଟ ହେଲା ।୩।


ଟଙ୍କାକିଆ ଅନ୍ନ ପାଇଁ 

ଚାଲେ ଠେଲା ପେଲା,

ଭଲ ଭଲ ଲୋକ ଆଜି

ବୁରା ଧରିନେଲା ।୪।


ମାସିକିଆ ଭତ୍ତା ପରି 

ଦାବୀ ଜଣାଇଲା,

କାମ ଧନ୍ଦା ଛାଡ଼ି ଦେଇ

କଂଟ୍ରୋଲୁ ଜଗିଲା ।୫।


ରେସନ କାର୍ଡ ନାରା

ଯେବେଠୁଁ ବାଜିଲା,

ପିଲା ଠାରୁ ବୁଢ଼ା ଯାଏ

ଅଳସୁଆ ହେଲା ।୬।


ସରକାରୀ ଦାନ ବିକି

ମାତାଲ ସାଜିଲା

ଚାଷ ବାସ ଛାଡ଼ି ଦେଇ

ଶ୍ରମିକ ହୋଇଲା ।୭।


ବିଲ ବାଡ଼ି ସବୁ ଆଜି

ପଡିଆ ପଡ଼ିଲା,

ଭିକ ମାଗିବାକୁ ଟିକେ

ଲଜ୍ଜ୍ୟା ନ ମଣିଲା ।୮।


ବନ୍ଦ କର ରାଜନୀତି

ଦେଶ ବୁଡ଼ିଗଲା,

ଯୁବକ ଯୁବତୀ ସବୁ

ନିକମା ହୋଇଲା ।୯।


ଥିଲା ଵାଲା ଲୋକଙ୍କର

ମେଞ୍ଚେ ଖାତା ଖୋଲା,

ବିପକ୍ଷର ଲୋକ ହେଲେ

ନାମଟି କଟିଲା ।୧୦।


ଆଖି ଖୋଲ ପ୍ରଶାସନ,

ଗାନ୍ଧୀଙ୍କର ଚେଲା,

ଅଯୋଗ୍ୟଙ୍କ ନାମ କାଟି

ହୁଅ ସୁନା ପିଲା ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama