ହେ ରଜ ! ଏତିକି କହୁଛି ତୁମକୁ
ହେ ରଜ ! ଏତିକି କହୁଛି ତୁମକୁ
ହେ ରଜ ! ଏତିକି କହୁଛି ତୁମକୁ ,
ଆସନି ଏସନ ଆମ ପ୍ରଦେଶକୁ ,
ଆଉ ଅପେକ୍ଷା ନାହିଁ ଉତ୍ସାହରେ ଏସନ ତୁମକୁ ,
ତୁମର ପାଦ ଥାପି ଦୁଃଖ ଦିଅନି ଆଜି ଆମକୁ ।
ତୁମେ କୁହ ଏ ମହାମାରୀ ତ ସେମିତି ଚାହିଁଛି ,
ଭୟ ଆତଙ୍କରେ ସଜବାଜ ପାଇଁ ଇଚ୍ଛା କେଉଁଠି ହେଉଛି ,
କାନକୁ ସବୁଠି ଗୋଟିଏ କଥା ଶୁଭୁଛି ,
ଘରେ ରୁହ ସୁସ୍ଥ ରୁହ ବାହାର ଘରୁ ଯଦି ଅତି ଆବଶ୍ୟକ ପଡୁଛି ।
ତୁମେ ତ କ'ଣ ଅତି ଜରୁରୀ କି ? ,
ତୁମକୁ ନ ଏସନ ନ ପାଳିଲେ କିଛି ଅଛି କି ? ,
ତାଲାବନ୍ଦରେ ରୋଜଗାର ବନ୍ଦୀ ଜାଣିନ କି ? ,
ଭୋକିଲା ପେଟ ପାଇଁ ମିଳେନି ଦାନା ସଜବାଜ ହେବୁ କେମିତି କହିବ କି ? ।
ସବୁ ସଞ୍ଚିତ ତ ଗଲା ତାଲାବନ୍ଦ ଭିତରେ ,
ଆଜି ଖାଇବା ଯୋଗାଡିବାକୁ ଅସମର୍ଥ କେମିତି ମନ ଦେବି ଆଡ଼ମ୍ବରରେ ,
ମୁଁ ତ ଏକ ଗରିବ ସଞ୍ଚିଥିଲି ସ୍ୱଳ୍ପ ମୋ ଶକ୍ତି ସାମର୍ଥ୍ୟରେ ,
ଯାହା ନିଅଣ୍ଟ ପେଟ ପାଇଁ ସରିଗଲା ଏହି କେଇଦିନରେ ।