STORYMIRROR

Papu parida

Drama Classics Others

3  

Papu parida

Drama Classics Others

ତଥାପି ମୁଁ ଅଟେ ସ୍ୱାଧୀନ

ତଥାପି ମୁଁ ଅଟେ ସ୍ୱାଧୀନ

1 min
194

ତଥାପି ମୁଁ ଅଟେ ସ୍ୱାଧୀନ।

ତଥାପି ମୁଁ ଅଟେ ସ୍ୱାଧୀନ।


ଶୋଷଣ ଧର୍ଷଣ ନାରୀ ନିର୍ଯାତନା

ମିଳେନାହିଁ ତାକୁ ସମ୍ମାନ

ତଥାପି ମୁଁ ଅଟେ ସ୍ୱାଧୀନ।

ତଥାପି ମୁଁ ଅଟେ ସ୍ୱାଧୀନ।


ଧର୍ମ ଆଳେ ସାଧୁ ବଳି ପଡେ ଏଠି

ବଞ୍ଚେଇ ପାରେନି ଜୀବନ

ତଥାପି ମୁଁ ଅଟେ ସ୍ୱାଧୀନ।

ତଥାପି ମୁଁ ଅଟେ ସ୍ୱାଧୀନ।


ଭିନ୍ନ ଭିନ୍ନ ଧର୍ମେ ଭାଗ ଭାଗ ହୋଇ

ଦେଖୁଛୁ ଏକତା ସପନ

ତଥାପି ମୁଁ ଅଟେ ସ୍ୱାଧୀନ।

ତଥାପି ମୁଁ ଅଟେ ସ୍ୱାଧୀନ।


ଗରିବ ପାଉନି ଭୋକ ମାରିବାକୁ

ଧନୀ ଏଠି ଅଟେ ସମ୍ପର୍ଣ୍ଣ

ତଥାପି ମୁଁ ଅଟେ ସ୍ୱାଧୀନ।

ତଥାପି ମୁଁ ଅଟେ ସ୍ୱାଧୀନ।


ଆତଙ୍କବାଦୀ ଏଠି ନିରୀହ ମଣିଷ

ସେନା ପାଏ ଏଠି ଅପମାନ

ତଥାପି ମୁଁ ଅଟେ ସ୍ୱାଧୀନ।

ତଥାପି ମୁଁ ଅଟେ ସ୍ୱାଧୀନ।


ଯେଉଁ ମାଟି ଆମ ଦେହେ ଦେଲା ବଳ

କାଳେ ସେ ମାଟି ଅଟେ ଅପର୍ଣ୍ଣ

ତଥାପି ମୁଁ ଅଟେ ସ୍ୱାଧୀନ।

ତଥାପି ମୁଁ ଅଟେ ସ୍ୱାଧୀନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama