STORYMIRROR

Papu parida

Drama Tragedy Others

3  

Papu parida

Drama Tragedy Others

ଗୃହବନ୍ଦୀ

ଗୃହବନ୍ଦୀ

1 min
188

ନା ବନ୍ଧୁଗଣ

ନା ପ୍ରିୟ ପରିଜନ

ଗୃହବନ୍ଦୀ ମୁହିଁ

ଏକା ମୋ ଜୀବନ।


କରୋନା ମୋ ସାଥି

ଔଷଧ ମୋ ପ୍ରିୟା

ଦୁରେଇ ଯାଆନ୍ତି 

ପାଖେ ହେଲେ ଠିଆ।


ଜ୍ୱର କାଶ ମୋର

ବନ୍ଧୁ ପରିଜନ

ଆବଦ୍ଧ କୋଠରୀ

ସରଗ ସମାନ।


ଯୁଦ୍ଧରେ ଜିତିବି

ଘରେ ରହି ମୁହିଁ

ଘର ବାହାରକୁ

ଯିବି କାହିଁ ପାଇଁ।


ବାଣ୍ଟିବି କାହିଁକି 

କାହାକୁ କରୋନା

ଜାଣିଲି ଯଦି ମୁଁ

ତାହାର ବେଦନା।


ପୁଣି ହସିବ ମୋ 

ଛୋଟ ପରିବାର

ସୁସ୍ଥ ହୋଇ ଯେବେ

ହୋଇବି ବାହାର।


ରହିବି ଏବେ ମୁଁ 

ପୂର୍ଣ୍ଣ ସଚେତନ

ଜାଣିଛି ଏବେ ମୁଁ

ସର୍ବୋଚ୍ଚ ଜୀବନ।


ମାନିକି ଚଳିବି

ନିୟମ କାନୁନ

ଭାଙ୍ଗିବିନି କେବେ

ଯେତେ ହେଲେ ମନ।


 



Rate this content
Log in

Similar oriya poem from Drama