Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoja kumar Pattnayak

Drama

4.3  

Manoja kumar Pattnayak

Drama

ଉତ୍କଳ ଭୂମି

ଉତ୍କଳ ଭୂମି

1 min
199


ଯେଉଁ ଠାରେ ଅଛି ଜଗନ୍ନାଥ ଧାମ

ସେଇ ମୋ ଉତ୍କଳ ଭୁଇଁ

ବିଶ୍ବରେ ବିକ୍ଷାତ ପ୍ରଭୁ ଜଗନ୍ନାଥ

ପୁରୀରେ ଅଛନ୍ତି ରହି ।


ଏହି ଗଛ ଲତା ଏହି ମାତୃଭୂମି

ଲାଗଇ ଆମକୁ ସୁନ୍ଦର

ଉତ୍କଳର ଏହି ଓଡ଼ିଆ ଭାଷାଟି

ଲାଗଇ ବହୁତ ମଧୁର ।


ସରଗଠୁ ବଳି ଉତ୍କଳ ଭୂମି ମୋ

ସୂର୍ଣ୍ଣ ଅକ୍ଷରରେ ଲେଖା

ଉତ୍କଳ ଭୂମି ମୋ ପବିତ୍ର ସ୍ଥାନଟି

ବାରମ୍ବାର ମନେ ହୁଅଇ ଦେଖା ।


ଉତ୍କଳ ଭୂମି ମୋ ପୁଣ୍ୟ ତୀର୍ଥସ୍ଥାନ

ସରଗଠୁ ବଳି ଅଛି

ତାଠାରୁ ସୁନ୍ଦର ତୀର୍ଥସ୍ଥାନ ଟିଏ

ଆଉ କୋଉଁଠାରେ ଅଛି ।


ଆମ ବେଶ ଭାଷା ବହୁତ ସୁନ୍ଦର

ସୁନ୍ଦର ଆମରି ଦେଶ

ଆମ ଦେଶବାଶି ବହୁତ ସାହସୀ

ଉତ୍କଳରେ ନାହିଁ କ୍ଲେଶ ।


ଅନେକ ବୀର ପୁତ୍ର ଉତ୍କଳର ଏହି

ବକ୍ଷରେ ନେଇଛି ଜନ୍ମ 

ନାମ ରଖିଛନ୍ତି କେତେ କାଳରୁ ସେ

କରି କେତେ ଧର୍ମ କର୍ମ ।


ସଂସ୍କୃତି ଭରା ଏ ଉତ୍କଳ ଭୂଇଁ

ସଂସ୍କୃତି ରହିଛି ଭରି

ଆମ ସଂସ୍କୃତିର ଓଡ଼ିଶୀ ନୃତ୍ୟ

ଦେଶରେ ଚର୍ଚ୍ଚିତ ଭାରି ।


ଧନ୍ୟ ଏ ଜୀବନ ଉତ୍କଳ ଭୁଇଁରେ

ଜନମ ଲଭିଚି ମୁହିଁ

ଧନ୍ୟ ମା ଲୋ ଏ ଉତ୍କଳ ଭୁଇରେ

ଜନମ ନେଇଛି ମୁହିଁ ।



Rate this content
Log in

Similar oriya poem from Drama