Dr.Soumya Ranjan Khatua

Drama Romance Fantasy

3  

Dr.Soumya Ranjan Khatua

Drama Romance Fantasy

ହଁ ମୁଁ ଭଅଁର ମଧୁ ଶୋଷିବାକୁ ଆସେ

ହଁ ମୁଁ ଭଅଁର ମଧୁ ଶୋଷିବାକୁ ଆସେ

1 min
211



ମୁଁ ଭଅଁର ଟେ ମଧୁ ଶୋଷିବାକୁ ଆସେ ,

ଫୁଲର ପାଖୁଡ଼ାରେ ମନ ଇଚ୍ଛା ମୁଁ ଯେ ବସେ ,

ପାଖୁଡାର ଆକର୍ଷଣ ମୋତେ ଧରି ରଖେ ,

ମୁଠା ମୁଠା ତା ବାସ୍ନା ମୋତେ ଘୋଷାଡି ରଖେ ।। ୧


ବିନ୍ଦୁ ବିନ୍ଦୁ ମହୁ ମୁଁ ଶୋଷିବାକୁ ଆସିଛି ,

ଏତିକି ପାଇବାକୁ ଭଅଁରଟେ ତୋ ଉପରେ ବସିଛି ,

ନୁହେଁ ମୁଁ କାହାର ଅତି ନିଜର ମହୁ ବିହୁନେ ମୁଁ ସେ ପାଖୁଡା ଭୁଲିଛି ,

ମହୁ ବିନା ଯେତେ ବି ଆକର୍ଷଣ ଥିଲେ ପାଖୁଡ଼ାରେ ମୁଁ ବାନ୍ଧି କଣହେଇଛି ।। ୨


ସେ ସଜ୍ଜମଲ୍ଲୀ ଠୁ କୃଷ୍ଣଚୂଡ଼ାର ମଖମଲି ବେଶରୁ ,

ଗୋଲାପର ଗୋଲାପୀ ଓଠରୁ ,

ଫୁଲର ଚୁମ୍ବନ ଯେତେ ଆକର୍ଷଣ ବି ହେଉ ,

ସମସ୍ତଙ୍କୁ ମଧୂ ଅଶ୍ଵ।ଦନ ପରେ ଆମେ ଦୁରାଉ ।। ୩


ହଁ ମୁଁ ଭଅଁର ମଧୁ ଅଶ୍ଵ।ଦନ ଅଧିକାର ଯେ ମୋର   

ନଥାଏ ମୋର ଫୁଲର ବାଛ ବିଚାର ,

ମଧୁପିଇବାକୁ କରେ ନିଜର ,

ତାପରେ ମୁଁ ଦେଖିନି କେବେ ମୁଂହକୁ ତାର ।। ୪


ହଁ ମୁଁ ଭଅଁର !!

ହଁ ,

ହଁ ମୁଁ ଭଅଁର !!


Rate this content
Log in

Similar oriya poem from Drama