ସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ
ବରଷକେ ଥରେ ଆସିଛି ସାବିତ୍ରୀ ବ୍ରତ
ଅଜଣା ପୁଲକେ ମନ ହୃଦୟ ପୁଲକିତ
ସାବିତ୍ରୀଙ୍କ ପରି ମହିମାମୟୀ ହେବାକୁ
ସିନ୍ଦୁରେ ସିନ୍ଦୁରିମା ସୁନ୍ଦର ଶୁଶୋଭିତ ।
ମନରେ ଉତ୍ସାହ ନାରୀଏ ପୁଜନ୍ତି ଏ ବ୍ରତ
ସୁଗୁଣ ସମ୍ପର୍ଣ୍ଣା ଦିକୂଳ ହିତା ସାବିତ୍ରୀ ମାତ
ବୁଦ୍ଧି ବଳେ ଜିଣି ଯମଦେବଙ୍କୁ କଲେ ପରାସ୍ତ
ଆଣିଲେ ସ୍ୱାମୀଙ୍କୁ ପିନ୍ଧିଲେ ସିନ୍ଦୁର ସେତ ।
ଅପରାଜିତା ସେ ଯୁଗ ପରେ ଯୁଗ ଅତୀତ
ଆଜିବି ପୁଜନ୍ତି ନାରୀଏ କଜ୍ଜଳେ ପ୍ରସ୍ଫୁଟିତ
ପୂଜା ଉପଚାର ଵିଧିଓ ବିଧାନ ନାମକୁ ମାତ୍ର
ଥାଉକିନଥାଉ ପାଟ ମଠା ହୋଇ ଶୁଦ୍ଧପୁତ ।
ଭକ୍ତିଭରେ ପୂଜି ଲଷ୍ମୀନାରାୟଣ ଆନନ୍ଦିତ
ବିଶ୍ୱାସରେ ଯେମିତି ଜିଣିଲେ ସାବିତ୍ରୀମାତ
ବ୍ରତ ପୂଜି ନାରୀଏ ସ୍ୱାମୀଙ୍କୁ କରି ପ୍ରଣିପାତ ।
ସଂସାରେ ରଖନ୍ତୁ ପରିବାରର ମାନ ମହତ
ଶଙ୍ଖାସିନ୍ଦୁରେ ଝଟକି ଆନନ୍ଦେକାଳାତିପାତ
ଆଶିଷ ପାଇ ସାବିତ୍ରୀବ୍ରତ ପାଳନ୍ତୁ ସର୍ବେତ ।
