STORYMIRROR

Dr.Soumya Ranjan Khatua

Drama Classics Inspirational

3  

Dr.Soumya Ranjan Khatua

Drama Classics Inspirational

ମା

ମା

1 min
256


ଦରୋଟି ଭାଷାରେ ସେ ଶିଶୁର ଆଦ୍ୟ ଉଚ୍ଚାରଣ ,

ସ୍ନେହ ମମତା ବୋଳା ସୁରକ୍ଷାର ଉପାଦାନ ।।


ଯେଉଁଡାକରୁ ଆରମ୍ଭ ହୁଏ ଜୀବନ ଯାତ୍ରା ,

ସବୁ ସୁଖୁ ବଳି ଥାଏ ତାର ନିଃସ୍ୱାର୍ଥ ମମତା ।।


ଶିଶୁ ପାଇଁ ସ୍ନେହ ମମତାର ଏକ ମନ୍ଦିର,

ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ଉପହାର ।।


ପାରିନାହିଁ ସୁଝି ନାହିଁ ତା କରଜ କେହି,

ଏତିକି ପାରିବାନି କି ଆମେ ସାରା ଜୀବନ ଖୁସିଦେଇ ।।


ଅପରାହ୍ନ ବୟସେ ସ୍ନେହ ପ୍ରେମ ଯତ୍ନ ଦେଇ,

ବୋଝ ବୋଲି ଅବହେଳା ଆଉ ବୃଦ୍ଧାଶ୍ରମର ଉପହାର ନଦେଇ ।।


ମା ପରି କିଏ ଆଉ ସାହା ହେବ ,

ଆଙ୍ଗୁଠି ଧରି ଏ ଧରା ଭୂଇଁରେ ଚାଲି ଶିଖେଇବ ।।


ରାତି ଅନ୍ଧାର ଭୟରୁ କିଏ ବଞ୍ଚେଇବ ,

ତା ପଣତଠୁ ବଳି ଆଉ କିଏ ସୁରକ୍ଷା ଦେବ ।।


ସବୁ ନାରୀ ହେଉ ଅବା ପତ୍ନୀ ସବୁ ବନ୍ଧା ସ୍ୱାର୍ଥରେ ,

ଟିକିଏ ପାନରୁ ଚୂନ ଗଲେ ରୁହେ ସେ ଦୂରରେ ।।


କେବେ ନଆସେ ହିଂସା କପଟ ତା ମନୁ,

ବିପଦ ମୁକ୍ତ ରଖେ ଯେତେ କଷ୍ଟ ହେଲେ ନେଇ ନିଜ ଆଡୁ ।।


ପାଟିକୁ ରୁଚେ ନାହିଁ ଅନ୍ୟର ରନ୍ଧା ଖିରି ପୁରୀ ଅବା ପଳାଉ,

ମନ ସବୁବେଳେ ଖୋଜେ ତୋ ହାତର

ମଣ୍ଡା କାକରା ଆରିସା ଅବା ଶାଗ ପଖାଳ ମିଳୁଥାଉ ।।


ହେଇଯାଏ ଆଶୀର୍ବାଦ ଯେତେ ଗାଳି ତାର,

ଦୁରେ ଥିଲେ ମନେ ପଡେ ସବୁବେଳେ ମୋର ।।


ତାର ଋଣ ସୁଝି କିଏ ପାରିଛିକି ମା ମୋର,

ଏକ ନିମିଷର ତ୍ୟାଗ ପାଇ ସେବା ନିଅଣ୍ଟିବ ଏ ପୁରା ଜୀବନର ।।


ସଦା ସର୍ବଦା ମୂର୍ଖ ଭଳି କିଛି କହି ଦେଉଥିବି ମୁଁ ନିଶ୍ଚିତ ଦୁଃଖ ,

କିନ୍ତୁ ଆଜି ପୁଣି ନେଉଛି ଶପଥ ଜୀ ଥିବା ଯାଇ ଦେବି ନାହିଁ କଷ୍ଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama