Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Drama Romance Fantasy

3  

Dr.Soumya Ranjan Khatua

Drama Romance Fantasy

ତୁ ଆସିଲା ପରେ ଜୀବନେ ମୋର

ତୁ ଆସିଲା ପରେ ଜୀବନେ ମୋର

1 min
162



ଆଖି ତୋର ପରା ନୀଳ ସାଗରର ଯେ ବଢି ,

ଓଠ ଯୋଡିକ ସଦ୍ୟ ପ୍ରସ୍ଫୁଟିତା ଗୋଲାପ ପୁଣି କଢି,

କି କହିବି ପ୍ରିୟେ ହସିଦେଲେ ତୁହିଁ ମୋତି ଯାଏ ଝଡି ,

ଖୁସି ତୋର ଦେଖିଦେଲେ ପ୍ରିୟା ଜୀବନ ମୋର ଯାଏଁ ସ୍ୱର୍ଗରେ ଚଢ଼ି ।। ୧


ହେ ପ୍ରିୟେ ଧନ୍ୟବାଦ ତୋତେ ,

ଘରଦ୍ଵାର ସବୁ ଛାଡି କରିଲୁ ନିଜର ମୋତେ ,

ହାତ ଧରିବାକୁ ମୋର ପରିବାର କଲୁ ପର ସତେ ,

ଗଢ଼ିବାକୁ ସୁନା ସଂସାର ପ୍ରିୟା ମୋ ସାଥେ ।। ୨


ଭୁଲି କୋଳ ଜନ୍ମଦାତ୍ରୀ ମା' ର ,

ବାପା ଭଲ ପାଇବା ଗୋଡ଼ରେ ଆଡେଇ ତୋର ,

ମୋ ସାଥୀହୀନ ଜୀବନେ ଜୀବନ ସାଥି ହୋଇ ମୋର ,

ଅଷ୍ଟମରଙ୍ଗ ଢାଳି ମୋ ଦେହେ ପ୍ରେମର ।। ୩


ତୋର ଆସିବା ପରେ ଜୀବନେ ମୋର ,

ପହିଲି ମୌସୁମୀ ଢାଳିଲା ମେଘ ଦେହରେ

ମୋର ,

ଦଗ୍ଧ ଜୀବନେ ସ୍ପର୍ଶ ଆସିଲା ଶୀତଳତାର ,

ଶୁଷ୍କ ତରୁରେ ଭରିଲା ଆସ୍ତରଣ ସବୁଜିମାର ।। ୪


Rate this content
Log in

Similar oriya poem from Drama