ଧନ୍ୟବାଦ ତୁମକୁ ହେ ବିଧାତା
ଧନ୍ୟବାଦ ତୁମକୁ ହେ ବିଧାତା
ଅକ୍ଷର କୁ ଅକ୍ଷର ଛନ୍ଦମୟ ଭାବରେ ଯୋଡି ,
ପ୍ରେମର ମୂର୍ଚ୍ଛନାକୁ ଆଞ୍ଜୁଳିରେ ତୋଳି ,
ସାଗର ଊର୍ମିକୁ ଖିଆଲି ଢଙ୍ଗରେ ଭାଙ୍ଗି ,
ମିଠା ମିଠା ପାପକୁ ପ୍ରେମର ପୀୟୂଷ ନାମେ ଦେହେ ବୋଳି ।
ମୋ ଚିର ନିଦାଘେ ପହିଲି ମେଘର ଛିଟା ହୋଇ ,
କଳ୍ପନାକୁ ବଳିଯାଇ ବାସ୍ତବ ସହରକୁ ସଜେଇ ,
ବହିଗଲ ମର୍ଯ୍ୟାଦା ରହିତ ନଦୀଟିଏ ହୋଇ ମୋ ସାଗରେ ମିଶିବା ପାଇଁ ,
ଆସିଗଲ ମୋ ଭିଜାଭିଜା ସ୍ୱପ୍ନେ ରଙ୍ଗ ନେଇ ।
ତୁମ ଉଜ୍ଜ୍ୱଳ ଦାଗହୀନ ଜୀବନକୁ ମୋ ନାମେ କରି
ଅସଂଖ୍ୟ ଶବ୍ଦ ଭଣ୍ଡାରେ ଅଭିପ୍ରେରିତ କରି ,
ତୁମ ପ୍ରେମ ସ୍ୟାହିରେ ମୋ ଜୀବନ କବିତା ଲିଖନ କରି ,
ତୁମ ଧବ ଫରଫର ଜୀବନ ପୃଷ୍ଠାରେ ଆସିଲ ମୋ ଅପବାଦ ଦାଗ ଭରି ।
ମୋ ବେରସିକ ଜୀବନେ ତୁମେ ଆସିଲ ପ୍ରୀତି ଧନ ନେଇ ,
ତୁମକୁ ଯେତିକି ଭାବୁଛି ସେତିକି ଭୂଲୁଚି ଲାଗେ ସ୍ୱପ୍ନ ଏ ଯାଇଛି ସତ ହୋଇ ,
ସତେ ପାଣିରେ ଭାଗ୍ୟ ରେଖା ମୋ ଯାଇନି ତ ଆଙ୍କି ହୋଇ ,
ଧନ୍ୟବାଦ ତୁମକୁ ହେ ବିଧାତା ଏମିତି ରତ୍ନ ମୋତେ ଗଲ ସତେ ଦେଇ ।