Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Drama Romance Fantasy

3  

Dr.Soumya Ranjan Khatua

Drama Romance Fantasy

ଆଉ ନ ପରଖ

ଆଉ ନ ପରଖ

1 min
142



ମୋ ଜୀବନ ଅନେକ ସମ୍ଭାବନାରେ ,

ଅନେକ ଭବିତବ୍ୟ ପୁଣି ତୁମ ପ୍ରତିଶୃତିରେ ,

ସଦ୍ୟ ପ୍ରସ୍ଫୁଟିତ କଢିଟିଏ ପରି ଅପର୍ଯ୍ୟାପ୍ତ ଆଶା ଆକାଂକ୍ଷାରେ ,

ସିନ୍ଦୁରବର୍ଣ୍ଣା ସୂର୍ଯ୍ୟାଲୋକ ଆଗ୍ରାହ୍ନାର୍ଥେ ଏକ ସୂର୍ଯ୍ୟମୁଖୀ ରୂପରେ । ୧


ନିରାଶା ବିହୀନ ଅପର୍ଯ୍ୟାପ୍ତ ଆଶା ସ୍ୱପ୍ନ ସାଗରେ ,

ଉବୁଡୁବୁ ତୁମ ନୌକା ସାହାରା ଅପେକ୍ଷାରେ ,

ଶୁଷ୍କ ଆଜି ମୁଁ ତୁମ ସମ୍ମୋହନ ତୃଷ୍ଣାରେ ,

ଦଗ୍ଧ ଆଜି ପ୍ରିୟେ ତୁମ ବିରହ ନିଦାଘ ଜ୍ୱାଳାରେ । ୨


ହୁଏ ମୁଁ ଝୁରି ତୁମକୁ ... ,

ହଁ ! କେବଳ ତୁମକୁ ,

ତୁମ ମିଳନର ସେ ଅଲିଭା ତୃପ୍ତିକୁ ,

ସେ ଅପାସୋରା ବାସଭରା ରାତିର ସ୍ମୁତିକୁ । ୩


ମୋ ହୃଦ ଅଗଣାରେ କାଦମ୍ବରୀ ନିଶା ଅନେକ ,

ତୁମ ଆଗମନରେ ହଜିଯିବ ସତେ ପରଖି ଥରେ ଦେଖ ,

ସୁଦୀର୍ଘ ଅପେକ୍ଷାର ପ୍ରାପ୍ତି ମିଠା ଇତି ମନେ ପକାଇ ରଖ ,

କର ଅପେକ୍ଷାର ପୂର୍ଣ୍ଣଛେଦ ପ୍ରିୟକୁ ଆଗକୁ ଆଉ ଯେ ନ ପରଖ । ୪


Rate this content
Log in

Similar oriya poem from Drama