STORYMIRROR

Papu parida

Drama Tragedy Others

3  

Papu parida

Drama Tragedy Others

ଚାଳଘର

ଚାଳଘର

1 min
216

ଆସେ ବାରମ୍ବାର ସତେ ମାମୁଁଘର

କେମିତି ବଞ୍ଚିବି ମୁଁ ମୋ ପରିବାର

କେମିତି ସହିବ ବତାସ ପବନ

ମୋର ଝାଟିମାଟି ଚାଳଘର।


ସବୁ ବର୍ଷ ଆସି ଯାଏ ଭାଙ୍ଗି ଦେଇ

କାହିଁକି ଈଶ୍ୱର ଦୟା କାହିଁ ପାଇଁ

କି ପାପ କରିଛି କହି ଦିଅ ମତେ

ଆଉ ଜମା ସହିହେଉ ନାହିଁ।


ଆସବାବପତ୍ର ସଞ୍ଚିଥିବା ଧନ

ପବନରେ ସବୁ ହେଲା ଅନ୍ତର୍ଧ୍ୟାନ

ନିଜକୁ ସମ୍ଭାଳି କିପରି ବଞ୍ଚିବି

ଦିଅ ପ୍ରଭୁ ଦିଅ ସମାଧାନ।


ଗରିବ ପାଇଁକି ତୁମର ବିଚାର

ଭାଙ୍ଗି ଦେଉଅଛ ମୋର ଚାଳଘର

ପକ୍କାଘରେ ଧନୀ ଥାଏ ସୁରକ୍ଷିତ

ଗରିବ ମରଇ ବାରମ୍ବାର।


ଚାଳଘର ବାଲା ଦୁଃଖ କି କହିବ

ଲୁହ ପୋଛି ପୋଛି ସବୁ ସହିଯିବ

ଗରିବ ମରିଲେ ହୋଇ ହନ୍ତସନ୍ତ

କୁହ ପ୍ରଭୁ କି ଯଶ ରହିବ।


ପ୍ରଶ୍ନର ମୋହର ଦିଅ ହେ ଉତ୍ତର 

ଦୟା ଟିକେ କର ଆହେ କୃପାକର

ତୁମରି ଦୃଷ୍ଟିରେ ଯଦି ମୁଁ ପାପୀଟେ

ରକ୍ଷା କରିବନି ଯେ ଏଥର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama