STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଶ୍ରୀମୁଖରେ ଚିତାଲାଗି

ଶ୍ରୀମୁଖରେ ଚିତାଲାଗି

1 min
13


ଶ୍ରୀମୁଖରେ ଚିତାଲାଗି ପରମ୍ପରା

ଶ୍ରାବଣ ଅମାବାସ୍ୟା ରେ

ଚିତାଲାଗି ଅମାବାସ୍ୟାର ମହତ୍ତ୍ଵ 

ସାରା ଉତ୍କଳ ରାଜ୍ୟରେ

ସ୍ନାନ ପୂର୍ଣ୍ଣିମା ପୁଣି ଅଣସର ର 

ସେବା ବିଧି ସମୟରେ

ବିଗ୍ରହ ମାନଙ୍କ କଳେବର ସେବା

ହୁଏ ବିଧି ବିଧାନରେ

ଶ୍ରୀଜୀଉ ମାନଙ୍କ ଶ୍ରୀମୁଖରୁ ଚିତା 

ଅଳଙ୍କାର ଆଭୂଷଣ 

ଅଲଗା ସହିତ ଯତ୍ନରେ ସାଇତା 

ଯାହା ପୂର୍ବରୁ ନିଦାନ

ଶ୍ରୀଗୁଣ୍ଡିଚା ଯାତ୍ରା ବିଧି ସମୟରେ

ଲାଗି ଥାଏ ସୋଲ ଚିତା

ଚିତାଲାଗି ଅମାବାସ୍ୟା ବେଳେ ପୁଣି

ଲାଗି ହୁଏ ରତ୍ନ ଚିତା 

ରତ୍ନ ସିଂହାସନ ଉପରକୁ ବିଜେ

ରଥ ଯାତ୍ରା ଶେଷ ପରେ

ସୋଲ ଚିତା ଲାଗି ଥିବା ଶ୍ରୀଜୀଉଙ୍କ

ବାହାର ହୁଏ ସତ୍ବରେ

ପୁଣି ରତ୍ନ ଚିତା ଲାଗି ହେବା ବିଧି

ଶ୍ରାବଣ ଅମାବାସ୍ୟାରେ

ପରମ୍ପରା ଆଧାରରେ ଯଥାବିଧି

ପାଳନ ହୁଏ ଅଚିରେ


ବହୁ ରତ୍ନ ଓ ହୀରା ନୀଳା ମିଶି

ଶ୍ରୀମୁଖ ଚିତା ପ୍ରସ୍ତୁତ

ଚିତା ମଧ୍ୟ ଭାଗେ ବଡ ରତ୍ନ ଖଣ୍ଡ

ସୌନ୍ଦର୍ଯ୍ୟ କରେ ଶୋଭିତ

ପାନ ପତ୍ର ଆକୃତିର ଧଳା ହୀରା 

ଜଗନ୍ନାଥଙ୍କ ଚିତାରେ

ବର୍ଗାକାର ନୀଳ ମର୍କତ ପଥର

ବଳଭଦ୍ରଙ୍କ ଚିତା ରେ

ବର୍ତ୍ତୁଳାକାର ସମ ନାଲି ମାଣିକ୍ୟ 

ଚିତା ଦେବୀ ସୁଭଦ୍ରାଙ୍କ 

ଲଲାଟ ପଟରେ ଲାଗି କରିଥାନ୍ତି

ଦଇତା ପତି ସେବକ


ପରବର୍ତ୍ତୀ ସ୍ନାନ ପୂର୍ଣିମା ପର୍ଯ୍ୟନ୍ତ

ଚିତା ରହିବା ବିଧାନ

ଏକ ପବିତ୍ର ଓ ସ୍ଵତନ୍ତ୍ର ବେଶରେ

ଚିତା ଲାଗି ଆୟୋଜନ

ଉତ୍କଳର ପୁର ପଲ୍ଲୀରେ ପାଳିତ

ଉକ୍ତ ଅମାବାସ୍ୟା ତିଥି

ଚିତୋଉ ପିଠା ହୁଏ ଘରେ ଘରେ

କୃଷିଭିତ୍ତିକ ଏ ରୀତି

ଅନିଷ୍ଠ କାରୀ ଜୀବମାନଙ୍କ ଠାରୁ 

ଶସ୍ୟ କ୍ଷେତ୍ର ରକ୍ଷା ଅର୍ଥେ

ଚିତୋଉ ପିଠାକୁ ଭୋଗ ଲଗାଇବା

ପରେ ପୋତା ହୁଏ କ୍ଷେତ୍ରେ 

ପାରମ୍ପରିକ ପ୍ରଥା ପୁର ପଲ୍ଲୀରେ 

ଚିତୋଉ ପିଠା ଆକାରେ

ଜଗନ୍ନାଥ ସଂସ୍କୃତିରେ ଚିତା ଲାଗି

ବିଗ୍ରହଙ୍କ ଲଲାଟରେ

ଧନ୍ୟ ପ୍ରଭୁ ତୁମ ଚିତା ଲାଗି ପ୍ରଥା

ଧନ୍ୟ ସେ ବିଧି ବିଧାନ

ଶ୍ରାବଣ ମାସର ଅମାବାସ୍ୟା ତିଥି

ମହିମା କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract