STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ଜୀବ ଜୀବନରେ

ଜୀବ ଜୀବନରେ

1 min
9

 


ଥରେ ଶୁଣ କର୍ଣ୍ଣ ଡେରି ପ୍ରଭୁ ନୀଳମଣି,

ବିନୟେ କରୁଛି ଅଳି ଯୋଡ଼ି କର ବେନି। 

ଜୀବ ଜୀବନରେ......

ଶରଣେ ତୁମ ଚରଣେ କରୁଛି ମୁଁ ସ୍ତୁତି,

ଦୟାକରି ଦିଅ ତୁମ କରୁଣା ବିଭୁତି।

ମୋ ଜୀବ ଜୀବନରେ......

ପାଇଛି ତୁମ ଆଶିଷେ ମାନବ ଜୀବନ,

ଭୋଗେ ଦୁଃଖ କଷ୍ଟ ମୁହିଁ ହୁଏ ହୀନିମାନ।

ଜୀବ ଜୀବନରେ......

ଆତ୍ମା ରୂପେ ରହି ଘଟେ ଦେଖାଅ ହେ ପଥ,

ତୁମେ ପରା ଅନାଥର ପ୍ରଭୁ ଜଗନ୍ନାଥ।

ଜୀବ ଜୀବନରେ......

ଦୋଷ ମୁଁ ଦେବି କାହାକୁ କରିବି ଆପତ୍ତି,

କରି କରାଅ ତୁମେ ତ ଘୁଞ୍ଚାଅ ବିପତ୍ତି।

ଜୀବ ଜୀବନରେ......

ତୁମେ ନ ରଖିଲେ ମାନ ବୁଡିବ ମୋ ଭେଳା,

ରଚି ମାୟା ମାୟାଧର ଭବେ କର ଲୀଳା।

ଜୀବ ଜୀବନରେ.......

ଜୀବନ ଯନ୍ତ୍ରଣା ମୋର ପାରୁ ନାହିଁ ସହି,

ହସ ଲିଭି ଅଶ୍ରୁ ଝରେ ଏ ସଂସାରେ ରହି।

ଜୀବ ଜୀବନରେ.......

ତୁମେ ନ କଲେ କରୁଣା ସବୁ ହୁଏ ଊଣା,

ଲୋଭ ମୋହ ଟାଣିନେଇ କରେ ବାଟବଣା।

ଜୀବ ଜୀବନରେ.......

କରୁଛି ମିନତି ଏତେ ଶୁଣ ଚକାଡୋଳା,

କୃପା କର ଅଧମକୁ ଆସୁ ଶୁଭ ବେଳା।

ଜୀବ ଜୀବନରେ......

ଭରସା ବିଶ୍ବାସ ମୋର ରହୁ ତୁମଠାରେ,

କରୁଥିବି ତୁମ ପୂଜା ଭକ୍ତି ସହକାରେ।

ଜୀବ ଜୀବନରେ.......।

  

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama