STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ରିବନ୍ ଫିତାର ଗାଥା

ରିବନ୍ ଫିତାର ଗାଥା

1 min
28


  

ବାଇକ୍ ରେ ବସି ଗାଆଁ ମୁଣ୍ଡ ଦେଇ

ଯାଉଥିଲେ ମାଆ ପୁଅ

ରଜ ଦୋଳି ଦେଖି ଅଟକି ସେଠାରେ

ମାଆକୁ କହେ ସେ ପୁଅ


ମୋତେ କେମିତିକା ଝିଅ ଦରକାର

ପ୍ରାୟ କହୁ ସେଇ କଥା

ହେଇ ଦେଖ ମାଆ, ସେଇ ଝିଅଟିକୁ

ପିନ୍ଧିଛି ରିବନ୍ ଫିତା 


ପାଦରେ ଅଳତା,ମଥାରେ ବି ଚିତା 

ବେଣୀ ରେ ଅଛି ରିବନ୍ 

ରଜ ଭୁଆସୁଣୀ ବସିଛି ଦୋଳିରେ 

କେତେ ଖୁସି ତାର ମନ


ପୁତ୍ର କଥା ଧାରେ ମାତା ବି ଚାହିଁଲେ

ଦୋଳିରେ କନ୍ୟା ରତନ

ପେଟ ଭର୍ତ୍ତି ମିଠା,ପାଟି ଭର୍ତ୍ତି ପାନ

ମନ ତାର ଛନ ଛନ


ପୁତ୍ର ପସନ୍ଦର କନ୍ୟା ରତ୍ନ ପାଶେ 

ମାତା ପହଞ୍ଚି ସେ'କ୍ଷଣି 

ଜାଣିଲେ ସୁନ୍ଦର ଶରୀର ଗଢ଼ଣ

ଅଛି ମନ ଲୋଭା ପୁଣି

ଅଠର ବୟସୀ ତନୁ-ପାତଳୀ ସେ'

ବୁଝି ପାରି ପରିସ୍ଥିତି

ଲାଜରେ ଝାଉଁଳି ମୁଣ୍ଡ ପୋତି ଧୀରେ

ମାତାଙ୍କୁ କଲା ପ୍ରଣତି


ଖବର ସଂଗ୍ରହ ପରେ ଜଣାଗଲା

ଗରିବ ଝିଅ ନିହାତି

ରଜ ଉପଲକ୍ଷେ ଦୋଳି ଖେଳୁ ଅଛି

ମେଳି ହୋଇ ସାଙ୍ଗ ସାଥୀ

ଝିଅ ଘର ଦୁହେଁ ଦେଖିବାକୁ ଯାଇ 

ଦେଖିଲେ ଘର ଅବସ୍ଥା

ଝାଟି ମାଟି ଘର କୁଡିଆ ପରାୟ

ଅତିଶୟ ଦୂରବସ୍ଥା


ମାତାଙ୍କର କୁଣ୍ଠାବୋଧ ଭାବ ଜାଣି

ପୁତ୍ର କହିଲେ ବୁଝାଇ

ଯଦି ବାହା ହେବା କଥା ତୁ କହୁଛୁ 

ପସନ୍ଦର କନ୍ୟା ଏହି


କାରଣ ବି ଅଛି କହୁଅଛି ଶୁଣ

ମାତା ତୁମେ ମନ ଦେଇ

ସହରିଆ ଝିଅ କେବଳ ମେକାପ୍

ପ୍ରକୃତ ସୁନ୍ଦର ନାହିଁ


ଯୌତୁକ ବିହୀନ ହେଉ ବାହା ଘର

ରିବନ ମୋର ପସନ୍ଦ

ପ୍ରକୃତି କୋଳରେ ରହିଛି ସେ ଝିଅ

ଅଭାବରେ ବି ଆନନ୍ଦ


ନିଜ ପିଲାଦିନ କଥା ଉଜ୍ଜୀବିତ

ହେଲା ମାଆ ହୃଦୟରେ

କେତେ ଖୁସି ଥିଲା ରିବନ ଫିତାରେ 

ଛନ୍ଦି ରଖି ବେଣୀ ଧାରେ

ଆଖି ମୋର ଖୋଲି ଦେଲୁ କହି ମାତା

ପୁତ୍ର ସହ ଏକମତ

କ୍ରମେ ସେ ବିବାହ ହୋଇଲା ସମ୍ପନ୍ନ

ରିବନ୍ ଫିତା ସହିତ

ରିବନ୍ ଫିତା ର ଆକର୍ଷଣ କଥା 

ଚର୍ଚ୍ଚା ହେଲା ଘରେ ଘରେ

ରିବନ୍ ଫିତା ର କରାମତି କେତେ

ଜଣାଗଲା ସହଜରେ


ଆମ ପରମ୍ପରା ଆଧାରରେ ପ୍ରାୟ

ଶୁଭ କାର୍ଯ୍ୟରେ ରିବନ୍ 

ରିବନ୍ କାଟିବା ନେତାଙ୍କ ଅଭ୍ୟାସ

ହୁଏ ଶୁଭ ଉଦ୍ଘାଟନ

ଝିଅଙ୍କ ବେଣୀ ରେ ରିବନ୍ ଫିତା ର 

ହେଉ ନାହିଁ ବ୍ୟବହୃତ

ସ୍ମୃତି ମାତ୍ର ଅଛି ବିଗତ ଦିନର

ରିବନ୍ ଫିତା ସହିତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract