STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ରାଧା ନାମେ ବାଜେ ବଂଶୀ

ରାଧା ନାମେ ବାଜେ ବଂଶୀ

1 min
35


ରାଧା ନାମେ ବାଜେ ବଂଶୀ

           ବଜାଏ ସେ କାହ୍ନା

ମଦନମୋହନ ବେଣୁପାଣି,

        ଛନ୍ଦ ତାଳେ ଧ୍ୟାନେ ବସି

ମଧୁର ମୂର୍ଚ୍ଛନା

  ତୋଳେ ଶ୍ରୀରାଧାର ମନ ଜାଣି।୦।

ରାଧାକୃଷ୍ଣ କୃଷ୍ଣରାଧା

              ଯୁଗଳ ମୂରତି

ଦୁଇ ଅଙ୍ଗେ ଏକ ମନ ପ୍ରାଣ,

          ବରଷି ପଡ଼ଇ ସୁଧା

ଅମର ସେ ପ୍ରୀତି

   ନିତ୍ୟ ରାସଲୀଳାର ପାର୍ବଣ।୧।

ସଂସାର ଯମୁନା ଘାଟ

             ଶରୀର କଦମ୍ଵ

ପ୍ରେମୀଙ୍କର ଏ ମିଳନ ସ୍ଥଳ,

         ଜୀବର ଜୀବନ ବାଟ

ହୃଦେ ତାର ଭାବ

   ଇନ୍ଦ୍ରିୟ ସମୂହ ଗୋପୀକୁଳ।୨।

ଜୀବ ପରମର ଲୀଳା  

             ମନ ବୃନ୍ଦାବନ 

ପ୍ରଣବ 'ଓଁ'କାର ବଂଶୀ ସ୍ଵନ,

         ଗାଏ ଅନ୍ତରା ମୁଖୁଳା      

ପ୍ରାଣର ସ୍ପନ୍ଦନ

   ବ୍ରହ୍ମନାଦର ସେ ସମ୍ମୋହନ।୩।

ସୃଷ୍ଟିର ତତ୍ତ୍ଵେ ସୁନ୍ଦର 

             ପୁରୁଷ ପ୍ରକୃତି

ପାର୍ଥିବ ସଂସାରର ଦର୍ଶନ,

       ଅତୁଟ ଏ ଭାବ ଡୋର

ବାନ୍ଧିଛି ନିୟତି

    ଆତ୍ମା ପରମାତ୍ମାର ବନ୍ଧନ।୪।

ରାଧା ନାମେ ବାଜେ ବଂଶୀ

       ବଜାଏ ସେ କାହ୍ନା....


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama