STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ବାବା ଗଣେଶ ଦିଅ ଆଶିଷ

ବାବା ଗଣେଶ ଦିଅ ଆଶିଷ

1 min
10

   


ବାବା ଗଣେଶ     ଦିଅ ଆଶିଷ 

       କରୁଛି ମୁଁ ପ୍ରାର୍ଥନା,

ତୁମେ ବିଘ୍ନେଶ    ଜ୍ଞାନେ ଅଶେଷ 

      ପ୍ରଣତି କର ଘେନା।

ଭାଦ୍ରବ ମାସ      ଶୁଭ ଦିବସ 

       ଶୁକ୍ଳ ପକ୍ଷ ଚତୁର୍ଥୀ,

ପୂଜୁ ତୁମକୁ      ଭକ୍ତିରେ ପ୍ରଭୁ 

      ହୋଇଣ ଶରଣାର୍ଥୀ।

ତୁମ ଚରଣେ      ରହି ଶରଣେ 

      ମାଗୁଅଛି କରୁଣା,

ଦିଅ କିଞ୍ଚିତ       ଭାବି ଉଚିତ 

     କରିବ ନାହିଁ ଊଣା।

ଶୁଣିଛି ତୁମ      ଜ୍ଞାନ ଅସୀମ 

       ଅସରନ୍ତି ମହିମା,

ହେ ବିଦ୍ୟାପତି     ଜ୍ଞାନର ଜ୍ୟୋତି 

     ମୋ ଦୋଷ କର କ୍ଷମା।

ମୁଁ ଅକିଞ୍ଚନ       ମୂରୁଖ ଜନ 

      କରେ ତୁମକୁ ସ୍ତୁତି,

ହେ ମହୋଦୟ     ହୁଅ ସଦୟ 

      ଘୁଞ୍ଚିଯାଉ ବିପତ୍ତି।

ଭବ ସଂସାର     ଦିଶେ ଅନ୍ଧାର 

      ପାଏନା ପଥ ଖୋଜି,

ମିଛର ମାୟା    ଢ଼ାଙ୍କେ ତା' ଛାୟା 

      ଯାଉଛି ମୁହିଁ ହଜି।

ତୁମେ ରକ୍ଷକ       ଦିଗଦର୍ଶକ 

     ଦେଖାଅ ମୋତେ ରାହା,

ଜ୍ଞାନ ଆଲୋକ     କର ପ୍ରକାଶ 

     ହୋଇଣ ତୁମେ ସାହା।

ପିତା ଗିରୀଶ      ରୁଦ୍ର ମହେଶ 

      କରନ୍ତି ଯେ ସଂହାର,

ମଙ୍ଗଳମୟ      ବିଶ୍ଵେ ଅଭୟ 

       ତପେ ଦିଅନ୍ତି ବର।

ମାତା ଗିରିଜା     ଯେ ଦଶଭୁଜା 

     ସେ ଅଭୟଦାୟିନୀ,

କରୁଣାମୟୀ      ମମତାମୟୀ 

      ସେ ଦୁର୍ଗତିନାଶିନୀ।

ତାଙ୍କ ସୁପୁତ୍ର      ତୁମେ ସର୍ବତ୍ର 

     ଅଛ ହେ ଶ୍ରୀଗଣେଶ,

ଜ୍ଞାନ ଦାନେ କର  ଅମା ଅନ୍ଧାର ଦୂର 

      ରଖ ତୁମର ଯଶ।

ଜ୍ଞାନର ଧାରା      ହସାଉ ଧରା 

      ସୁଖେ ରୁହନ୍ତୁ ପ୍ରାଣୀ,

ବାବା ଗଣେଶ      ଦିଅ ଆଶିଷ 

        କରୁଛି ମୁଁ ମାଗୁଣି।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama