STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଶରତେ ସୁଖ ସମ୍ଭାର

ଶରତେ ସୁଖ ସମ୍ଭାର

1 min
11


ପାହାନ୍ତି ରାତିରେ ଶିଶିର ବୁନ୍ଦା ରୁ

କିଛି ବୁଝିବା ଆଗରୁ

ଶରତ ଋତୁର ପରଶ ସହଜେ

ମୃଦୁ ଶୀତଳ ବାଆ ରୁ

ଘନ ବାଦଲ ର ନାହିଁ ବିଭୀଷିକା

ଆକାଶ ବି ମେଘ ମୁକ୍ତ

ଧରଣୀ ବକ୍ଷରେ ସବୁଜ ଗାଲିଚା 

ହସୁଛି ସୁନାର କ୍ଷେତ 

ଦୂର ଦିଗବଳୟେ ଭସା ମେଘ ଖଣ୍ଡ

ସତେ ବା ଜଳରେ ତରୀ 

କୁଆଁରୀ କନିଆ ମନ ଛନ ଛନ

ଇଶାରା ରେ ହାତ ଠାରି 

ସଫା ଆକାଶରେ ଜହ୍ନ ଫର ଫର

କୁଆଁରୀ ମନ ଉଚ୍ଛନ୍ନ 

ଶୁଭ୍ର ଜ୍ୟୋତ୍ସ୍ନା ସହ ଶୀତଳ ସମୀର

ହୃଦ ବି ଭାବ ପ୍ରବଣ

ସଫା ଜହ୍ନ ଧାରେ ପ୍ରେମୀ ଯୁଗଳଙ୍କ

ମିଳନ ପାଇଁ ଲାଳସା 

ପାର୍ବଣ କ୍ରମଶଃ ସୁଯୋଗ ଯୋଗାଏ

ମିଳନ ଆଶା ଭରସା 


ରାସ୍ତାକଡ ବିଲ, ପୋଖରୀ ଗାଡିଆ

ପାଣି ହୋଇଛି ନିର୍ମଳ

ମୁଣ୍ଡ ଟେକି କଇଁ ଦେଖୁଛି ଜହ୍ନକୁ

ହୃଦେ ପ୍ରୀତିର କଲ୍ଲୋଳ

ଶୁଭ୍ର କାଶତଣ୍ଡି ସୌନ୍ଦର୍ଯ୍ୟେ ମଣ୍ଡିତ

ପୁଲକିତ ଏ ଧରଣୀ

ପାର୍ବଣ ସମ୍ଭାର ପଲ୍ଲୀ ଠୁ ସହର

ହସ ଖୁସିର ଉଜାଣୀ 

ପ୍ରକୃତିର ଶୋଭା ଅତି ମନୋହର

ଯେବେ ବି ଆସେ ଶରତ

କାଶତଣ୍ଡି ଫୁଲ ସବୁଠୁ ନିଆରା

ବହୁ ଦୂରୁ ଆକର୍ଷିତ 

କାଶତଣ୍ଡି ଫୁଲ ପସରା ପରାୟ

ସତେ ଅବା ଶୁଭ୍ରାଲୋକ

ବିଛୁରିତ ହୋଇ ଧରଣୀ ବକ୍ଷରେ

ବିସ୍ତାରି ଅଛି ମହକ

ଅବା କେଉଁ ଶିଳ୍ପୀ ରଙ୍ଗ ତୂଳୀ ଧାରେ

ଚିତ୍ର ହୋଇଛି ଅଙ୍କିତ 

ସବୁଜିମା ଭରା ଧରଣୀ ବକ୍ଷରେ

ଶୁଭ୍ର ତା କାନି ପଣତ

ପାର୍ବଣ ସମ୍ଭାର ଶରତ ଋତୁରେ

ସର୍ବତ୍ର ଖୁସି ଲହରୀ

ଶୀତଳ ଶରତ ଅତି ମନୋରମ

ମନ ପ୍ରାଣ ଯାଏ ଭରି 


ଆନନ୍ଦ ମନରେ ନାଚୁଅଛି ଧରା

ପାର୍ବଣ ଋତୁ ଶରତ

ଅଗ୍ରୀମ ନାଚୁଛି କାଶତଣ୍ଡି ଫୁଲ

ଖୁସି ପୁଣି ଅପ୍ରମିତ

ପାର୍ବଣ ଋତୁରେ କୃଷ୍ଣ ଜନ୍ମାଷ୍ଟମୀ 

ଅମାବାସ୍ୟା ସପ୍ତପୁରୀ

ବିଶ୍ଵକର୍ମା ପୂଜା , ଗଣେଶ ଚତୁର୍ଥୀ

ନୂଆଖାଇ ପିଠା ଖିରି

ରାଧାଷ୍ଟମୀ ପୁଣି ବାମନ ଜନମ

ଖୁଦୁରୁକୁଣି ନିଆରା

ଅନନ୍ତ ଚତୁର୍ଦ୍ଦଶୀ ଭାଗବତ ଜନ୍ମ

ସଂସ୍କୃତି ଓ ପରମ୍ପରା

ପିତୃ ପକ୍ଷ ଶ୍ରାଦ୍ଧ ପୁଣି ମହାଳୟା 

ଦଶହରା ପର୍ବ ମେଢ଼

କୁଆଁରୀ କନିଆ ଖିଲି ଖିଲି ହସେ 

କୁମାର ପୂର୍ଣ୍ଣିମା ଭିଡ଼

ସହଜେ ଶରତ ଆସିଛି ଧରାକୁ

ସହଜରେ ଅନୁମେୟ

ଶିଶିର ଝରୁଛି ପାର୍ବଣ ରାତିରେ

ତନ ମନ ବି ଅଥୟ

ଶରତ ଋତୁର ଶୋଭା ସହିତରେ

ପର୍ବ ପର୍ବାଣୀ ସମ୍ଭାର

ହର୍ଷ ଉଲ୍ଲାସରେ ସଭିଏଁ ବିଭୋର

ଶରତେ ସୁଖ ସମ୍ଭାର  


  



Rate this content
Log in

Similar oriya poem from Abstract