ବଦଳି ଯାଇଛ ତୁମେ
ବଦଳି ଯାଇଛ ତୁମେ
ଆଗ ପରି ଆଉ ଆସୁନ ତୁମେ
ମୋ ସ୍ବପ୍ନରେ ...
ଆଗ ପରି ଆଉ ହସୁନ ତୁମେ
ମୋ ସାମ୍ନାରେ...
ଆଗ ପରି ଦେଖା ହଉନି ଆମର
ମୋ ମନର ନିର୍ଜନ କାନନେ ...
ଟିକେ ନୁହଁ ବହୁତ ବଦଳି ଯାଇଛ ତୁମେ l
ହଁ ଏକଥା ସତ ଯେ
ତୁମେ ଆଉ ଆଗ ପରି ନାହଁ ...
ବଦଳି ଯାଇଛି ତୁମ ପରିଚୟ ..
ତୁମ ଠିକଣା ...
ଓ ବଞ୍ଚିବାର ମାନେ ...
ଟିକେ ନୁହଁ ବହୁତ ବଦଳି ଯାଇଛ ତୁମେ l
ପଚାରୁନ ଆଗ ପରି ମୋ ଭଲମନ୍ଦ ଖବର
ମୋ ପରିଚିତ ଜନଙ୍କୁ...
ବିଚଳିତ କରୁନାହିଁ ମୋ ସ୍ମୃତି ଆଉ
ତୁମ ମାନସ ପଟକୁ...
ଅମାନିଆ ମନ ଟା ବି ପକାଉନି ମନେ..
ଟିକେ ନୁହଁ ବହୁତ ବଦଳି ଯାଇଛ ତୁମେ l
ଆଗ ପରି ଖୋଜୁନାହିଁ
ତୁମ ଭାଵପ୍ରୀତି...
ନୀରବରେ ଆଙ୍କୁ ନାହିଁ
ତୁମ ପ୍ରତିଛବି....
ଶାନ୍ତି ବୋଲି ଟିକେ ନାହିଁ ଦରଦୀ ଜୀବନେ
ଟିକେ ନୁହଁ ବହୁତ ବଦଳି ଯାଇଛ ତୁମେ l
