STORYMIRROR

Goutam Swain

Drama Tragedy Fantasy

4  

Goutam Swain

Drama Tragedy Fantasy

ବଦଳି ଯାଇଛ ତୁମେ

ବଦଳି ଯାଇଛ ତୁମେ

1 min
38

ଆଗ ପରି ଆଉ ଆସୁନ ତୁମେ

ମୋ ସ୍ବପ୍ନରେ ...

ଆଗ ପରି ଆଉ ହସୁନ ତୁମେ

ମୋ ସାମ୍ନାରେ...

ଆଗ ପରି ଦେଖା ହଉନି ଆମର 

ମୋ ମନର ନିର୍ଜନ କାନନେ ...

ଟିକେ ନୁହଁ ବହୁତ ବଦଳି ଯାଇଛ ତୁମେ l


ହଁ ଏକଥା ସତ ଯେ 

ତୁମେ ଆଉ ଆଗ ପରି ନାହଁ ...

ବଦଳି ଯାଇଛି ତୁମ ପରିଚୟ ..

ତୁମ ଠିକଣା ...

ଓ ବଞ୍ଚିବାର ମାନେ ...

ଟିକେ ନୁହଁ ବହୁତ ବଦଳି ଯାଇଛ ତୁମେ l


ପଚାରୁନ ଆଗ ପରି ମୋ ଭଲମନ୍ଦ ଖବର

ମୋ ପରିଚିତ ଜନଙ୍କୁ...

ବିଚଳିତ କରୁନାହିଁ ମୋ ସ୍ମୃତି ଆଉ

ତୁମ ମାନସ ପଟକୁ...

ଅମାନିଆ ମନ ଟା ବି ପକାଉନି ମନେ.. 

ଟିକେ ନୁହଁ ବହୁତ ବଦଳି ଯାଇଛ ତୁମେ l


 ଆଗ ପରି ଖୋଜୁନାହିଁ 

ତୁମ ଭାଵପ୍ରୀତି...  

ନୀରବରେ ଆଙ୍କୁ ନାହିଁ 

ତୁମ ପ୍ରତିଛବି.... 

ଶାନ୍ତି ବୋଲି ଟିକେ ନାହିଁ ଦରଦୀ ଜୀବନେ

ଟିକେ ନୁହଁ ବହୁତ ବଦଳି ଯାଇଛ ତୁମେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama