STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ଝୁଲଣ ଯାତ୍ରା

ଝୁଲଣ ଯାତ୍ରା

1 min
38

   


ସଖୀ ଗୋ ସଖୀ

ଆସ ଯିବା ଦେଖି ଝୁଲଣ ଯାତ୍ରା,

ଆଖିରେ ଲାଖି,

ରହେ ସେଇ ଦୃଶ୍ୟ ଦର୍ଶନେ ପରା,

ସଖୀ ଗୋ ସଖୀ

ସଖୀ ଗୋ ସଖୀ।


ଭକତି ରଖି

ଦେଖେ ଯେଉଁ ଭକ୍ତ ପବିତ୍ର ମନେ,

ହୁଏ ସେ ସୁଖୀ,

ଶ୍ରାବଣ ଦଶମୀର ଶୁଭ ଦିନେ 

ଆସେ ଏ ତିଥି

ସଖୀ ଗୋ ସଖୀ।


ସପ୍ତାହେ ଚାଲି

ଭାଦ୍ରବ ପ୍ରତିପଦେ ହୁଏ ଶେଷ,

ହୁଏନା ଭୁଲି,

ଶ୍ରୀରାଧାକୃଷ୍ଣଙ୍କ ପ୍ରେମ ପୀୟୂଷ,

ନାହିଁ ତା ଇତି

ସଖୀ ଗୋ ସଖୀ।


ସୁନ୍ଦର ଅତି

ଶିରୀ ମନ୍ଦିରର ସେ ଶୋଭାକାନ୍ତି,

ଅମରାବତୀ,

ଦେଖିଲେ ଆସେ ଅନୁପମ ଶାନ୍ତି,

ମିଳେ ମୁକତି

ସଖୀ ଗୋ ସଖୀ।


ଅମର ପ୍ରୀତି

ନିତ୍ୟରାସ କରନ୍ତି ରାଧାକୃଷ୍ଣ, 

ଦୋଳିରେ ଝୁଲି,

ପ୍ରେମେ ପ୍ରେମମୟ ହୁଏ ଜୀବନ 

ଦିବ୍ୟ ଶକତି

ସଖୀ ଗୋ ସଖୀ।


ତିନି ମୂରତି

ଶ୍ରୀଦେବୀ ଭୂଦେବୀ ମନମୋହନ,

ଝୁଲୁ ଥାଆନ୍ତି,

ସୁମନେ ଶୋଭିତ ହୁଅଇ ସ୍ଥାନ,

କରୁ ଭକତି

ସଖୀ ଗୋ ସଖୀ।


କୀର୍ତ୍ତନେ ସ୍ତୁତି

ବାଜା ବାଜେଣୀରେ କମ୍ପେ ଭୁବନ,

କରୁ ଆରତି,

ଆଶିଷ ଦିଅନ୍ତି ନନ୍ଦ ନନ୍ଦନ,

ହୁଏ ପ୍ରଗତି

ସଖୀ ଗୋ ସଖୀ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama