Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Drama Classics Inspirational

3  

Dr.Soumya Ranjan Khatua

Drama Classics Inspirational

ତେଣୁ କି ଏ ଫିକା ଫିକା ରଜ !

ତେଣୁ କି ଏ ଫିକା ଫିକା ରଜ !

1 min
185



ବହୁଦିନ ପରେ ଏଥର ପାଳିବାକୁ ରଜ ,

ପହିଁଚିଲି ଗାଁ କୁ ହେବାକୁ ସଜବାଜ ,

ପୂରୁବ ସୂଚନା ପାଇଲି ନାହିଁ ସକାଳୁ ହୋଇଲା ମୋ ସଞ୍ଜ ,

କି କହିବି ସତେ ବନସ୍ତେ ବୋଧେ ଡାକିନି ଗଜ ତେଣୁ କି ଫିକା ଫିକା ଏ ରଜ ।


ହଳଦୀ ବଟା କୁ ଦାନ୍ତ କାଠି କଟା ଆଉ କରୁନି ବୁଢ଼ୀ ମା ,

ଗୁଣ୍ଡ ହଳଦୀ କୁ ତୁଠ ବ୍ରଶ ହେଉଛି ଆସି ଜମା ,

କଦଳୀ ପାଟୁଆ ଭୁଲି ଉଚ୍ଚା ହିଲି ପିନ୍ଧା ଝିଅ ଚଲା ସତେ ସହୁଛି ରଜସ୍ଵଳା ଧରଣୀ ମା ,

ଓଭନ ପ୍ରେସର ଖୋଜା ଆଗୁଆ ଘଷିଫେଡା ଆସୁନି ଜମା ।


ବର ଓହଳ କି ଆମ୍ବ ତୋଟା ନାହିଁ ଦୋଳି ପାଇଁ ରଜ ଗୀତ କୋଉଠୁ ବା ଶୁଭିବ ,

ଗୀତା ଦେଈ ମୋବାଇଲରେ ଗୀତ ବଜେଇ ବାଲକୁନିରେ ପୁଣି ଝୁଲିବ ,

ରଜ ପାନ ଦୋକାନରୁ କିଣା ହେବ ,

ଜେଜେ ମା ର ପାନ ଡାଲା ନାହିଁ ପାନ କେମିତି ନୂଆବୋଉ ଭାଙ୍ଗିବ ।


ଘରେ ଘରେ କୁଜି ନେତାରେ ପରିପୂର୍ଣ୍ଣ ମୋ ଗାଁ ,

କାଲିକା ମେଣ୍ଢି ଆଜି ଭାଙ୍ଗୁଛି ହାଣ୍ଡି କୁହେ ମୁଁ ଏକ ମୁଖିଆ ,

ଚାଷ ବାସ ଭୁଲି କୁହେ ଲାଭ ନାହିଁ ଚାଷୀ ଯେ ଖଟି ଖିଆ ,

ଇଆଡ଼େ ଟଙ୍କିକିଆ ଚାଉଳ ପାଇଁ ଚାଷ ଭୁଲି କରେନି ବସୁମତୀ ଗାଁଧୁଆ ।


ଗାଁ ଝୁଅ ଆଉ ସାହି କଣ ବୁଲିବି କହୁଛି ,

ଖଣ୍ଡେ ଖଣ୍ଡେ ସ୍ମାର୍ଟ ଫୋନ ରେ ସେ ସେଲ୍ଫି ନେଉଛି ,

ଟିକିଟକ ଫେସେବୁକ ହୁଆଟସାପ ରେ ହାପି ରଜୋ ବୋଲି ଷ୍ଟାଟସ ଦେଉଛି ,

ରଜ ଟା କେବେ ଏ ଭିତରେ ପୁଣି ରଜୋ ହେଲା ତାହା ମୁଁ ବସି ଭାବୁଛି ।


Rate this content
Log in

Similar oriya poem from Drama