STORYMIRROR

padmaja pati

Drama

4  

padmaja pati

Drama

ଅଭିନୟ

ଅଭିନୟ

1 min
262

ଏ ଦୁନିଆ ଏକ ରଙ୍ଗମଞ୍ଚ ପରା

ଆମେ ସବୁ କଳାକାର

ନିର୍ଦ୍ଦେଶନା ତାଙ୍କ ଅକାଟ୍ୟ, ବଳିଷ୍ଠ

ପ୍ରଭୁ ସେ ଜଗଦୀଶ୍ୱର।

ଆଜ୍ଞାରେ ତାଙ୍କର ହୋନ୍ତି ଆତଯାତ

ସ୍ଥାବର, ଜଙ୍ଗମ,କୀଟ

ପଙ୍ଗୁ ଲଙ୍ଘେ ଗିରି, ତରଳେ ପାଷାଣ 

ବାଘ ଘରେ ଛାଗ ନାଟ ।

ଛାଇ ଆଲୁଅର ଲୁଚକାଳି ଖେଳ

ଜୀବନର ଉପାଦାନ

ସୁମରି ତାହାଙ୍କୁ କଟେ ଦୁଃଖ ଯେତେ

ରାତି ପରେ ଆସେ ଦିନ।

ପ୍ରାଣୀ ଯେତେ ଯେତେ ଭାବ ପ୍ରକାଶଇ

ଆନନ୍ଦ ଅବା ବିଷାଦ

ଆଢୁଆଳେ ଅଛି ତାଙ୍କରି ବିଧାନ

ଲାଗୁ ଭଲ ଅବା ମନ୍ଦ।

ମାୟକାର ପରି ହସ୍ତେ ରଜ୍ଜୁ ଧରି

ନଚାନ୍ତି ସବୁ ଜୀବଙ୍କୁ

ନିଜେ ସେ ସାଧକ , ନିଜେ ବି ସାଧନା

କହିବେ ଅବା କାହାକୁ?

ସମୟର ଚକ ଦିଏ ବଦଳାଇ

ଗତିପଥ ଜୀବନର

କିନ୍ତୁ ନ ବଦଳୁ ଭରସା, ବିଶ୍ୱାସ

ସେତୁବନ୍ଧ ସମ୍ପର୍କର।

 ଅଭିନେତା, ନିର୍ଦ୍ଦେଶକ , ଯାଦୁକର,

ବିନ୍ଧାଣି ଭୂମିକା ନେଇ

ଅରୂପକୁ ରୂପ କରନ୍ତି ପ୍ରଦାନ

 ରଙ୍ଗେ ଦିଅନ୍ତି ସଜାଇ ।

ମାଟିର ଘଟ ଯେ ମିଶେ ମାଟି ସାଥେ

କଥା ରହେ କାଳ କାଳ

ସ୍ନେହ, ଶ୍ରଦ୍ଧା ଅବା ପାଏ ତିରସ୍କାର 

ସାହା ଏକା ଧର୍ମବଳ ।

ଏ ସୁନ୍ଦର ସୃଷ୍ଟି ତାଙ୍କ ଖେଳଘର

ଦେଖନ୍ତି ସବୁ ନିରେଖି

ଧନ୍ୟ ସେହି ଏକା ଅଭିନୟ ଯା'ର 

 ହୁଏ ତାଙ୍କ ମନଲାଖି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama