STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ମଙ୍ଗଳମୟୀ ମା' ମଙ୍ଗଳା

ମଙ୍ଗଳମୟୀ ମା' ମଙ୍ଗଳା

1 min
326

  


ମଙ୍ଗଳମୟୀ ମଙ୍ଗଳା   ମମତାମୟୀ ଶାରଳା

    ଆଶିଷ ଝରାଉ ତୋର ତୁ ଅବିରତେ,

ତୋ ସନ୍ତାନ ସଦା ଡ଼ାକେ ତୋ ଆଶିଷ ପାଇଁ ଟିକେ 

    ତୁହି ମାଆ ଦୟାମୟୀ ସାରା ଜଗତେ,

       ତୋ କରୁଣା ବିନା ଜୀବନେ

     ନାହିଁ ଶାନ୍ତି ତୃପ୍ତି କିଛି ଏ ତ୍ରିଭୁବନେ।

ଦୀନହୀନ ଅକିଞ୍ଚନ  ତୋ ପାଶେ କରେ ଜଣାଣ

     ନୟନରୁ ଢ଼ାଳେ ତା'ର ଅସରା ଲୁହ,

ଦୁଃଖର ଭବ ସାଗର   କି ପ୍ରକାରେ ହେବ ପାର

    କରେ ସ୍ତୁତି ସଦା ଚାପି ହୃଦୟ କୋହ,

       ପାଇବାକୁ ତୋ ଆଶ୍ଵାସନା

     ବାର ବ୍ରତ ଉପବାସେ କରେ ଅର୍ଚ୍ଚନା।

ତୁହି କାଳୀ ଗୋରୀ ଉମା  ଅପାର ତୋର ମହିମା

      ଆଦିଶକ୍ତି ସ୍ଵରୂପିଣୀ କରୁ ମଙ୍ଗଳ,

ଦୁର୍ଗତିନାଶିନୀ ଦେବୀ  ତୋର ପାଦପଦ୍ମ ସେବି

      ପବିତ୍ର ମନରେ ଭକ୍ତ ହୁଏ ସଫଳ,

         ସଂସାରେ ଅଭୟଦାୟିନୀ

   ଉଦ୍ଧାରି ଧରୁ ତୋ କୋଳେ ତୁହି ତାରିଣୀ।

ତୁ ଲକ୍ଷ୍ମୀ ତୁ ସରସ୍ଵତୀ   ତୁ ହିଁ ଚଣ୍ଡୀ ଭଗବତୀ 

    ଅଖଣ୍ଡ ଶକ୍ତି ଦାୟିନୀ କଲ୍ୟାଣମୟୀ,

ଯୁଗେ ଯୁଗେ ଅବତରୀ କ୍ଳେଶ ଯେତେ ଦେଉ ହରି

    ତୁ ଦୁଃଖ ବିନାଶିନୀ ଭବେ ଦୟାମୟୀ,

         ସନ୍ତାନକୁ ହେଉ ତୁ ସାହା

    ପଡ଼ିଲେ ଝୁଣ୍ଟି କୋଳେ ଧରୁ କରି ଆହା।

କେବେ କରିନୁ ହେଳା   ନାମ ବହି ତୁ ମଙ୍ଗଳା

     ଜଗତର ହିତେ ଥାଇ କରୁ ତୁ ଦୟା,

ମଙ୍ଗଳମୟୀ ମା' ହୋଇ  କୃପା କରୁ ବର ଦେଇ 

    ଅଭୟ ଆଶ୍ରୟ ସ୍ଥଳ ତୋ କାନି ଛାୟା,

        ପାଦେ ତୋର କରେ ମିନତୀ

     ପାଳିବାକୁ ସତ୍ୟ ଧର୍ମ ଦେ ମା' ଶକତି।

ବାର ମାସେ ତେର ପୂଜା  କରନ୍ତି ରାଜା ପରଜା

     ପାଳି ନିଷ୍ଠା ବ୍ରତେ ତୋତେ କରନ୍ତି ଅଳି,

ପବିତ୍ର ହୃଦୟେ ଭକ୍ତି    କରି ଚାହିଁଥାନ୍ତି ମୁକ୍ତି   

     ବିନୟ ଗୁହାରୀ କା'ର ଦେବୁନି ଟାଳି,

        ତୋ ପାଶେ ବିଶ୍ଵାସ ଭରସା

      ପୂରଣ କରି ଦେ ମାଆ ସବୁରି ଆଶା।


       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract