STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଗଢ଼ିଛ ତୁମେ ଏ ସୁନାର ସଂସାର

ଗଢ଼ିଛ ତୁମେ ଏ ସୁନାର ସଂସାର

1 min
334


ପ୍ରଭୁ ହେ......

ଗଢ଼ିଛ ତୁମେ ଏ ସୁନାର ସଂସାର 

    କେତେ ଯତନେ କରି ଅତି ସୁନ୍ଦର,

ସୂର୍ଯ୍ୟ ଚନ୍ଦ୍ର ତାରର ନୀଳ ଅମ୍ଵର

  ଧରାରେ ବନ ଗିରି ନଦୀ ସାଗର ।

ପିତାମାତା ଭାଇ ଭଉଣୀର

         ହସ ଖୁସି ଭରା ପରିବାର,

ହୃଦୟେ ସେନେହ ସଭିଁଙ୍କର

      ସଦା ଝରେ ତା' ଅମିୟ ଝର।

ମନ୍ଦିର ସମ ସୁନ୍ଦର ଘର

        ମନରେ ଭକ୍ତି ଶକ୍ତି ଅପାର,

ମମତାରେ ବାନ୍ଧି ଭାବ ଡୋର

         ସୁଖେ ରଖିଅଛ ନିରନ୍ତର।

ପ୍ରଭୁ ହେ.......

ପାଇଛି ସୁନ୍ଦର ଏ ଶରୀର

       ସେ ତୁମରି କୃପା ଆଶିଷର,

ବୁଦ୍ଧି ଜ୍ଞାନ ବିବେକ ବିଚାର

       ରୂପ ଗୁଣେ ନାହିଁ ପଟାନ୍ତର।

କର୍ମ କରିବାକୁ ନିରନ୍ତର

      ପ୍ରାଣେ ପ୍ରାଣ କର ତ ସଞ୍ଚାର,

ପ୍ରେରଣା ଭରି ଦିଅ ପ୍ରଚୁର

        ସପନ କରିବାକୁ ସାକାର।

ପ୍ରଭୁ ହେ.......

ସବୁରି ଠାରେ ତୁମ ନଜର

        ରଖିଥାଅ କରି ଯେ ଆଦର,

ଦିଅ ଯାହା ହୁଏ ଦରକାର

         ଅଭାବ ସବୁ ତ ଦୂର କର।

ସୁଖ ଦୁଃଖର ଯେତେ ଖବର

        ସେ ଫଳ ତ ସବୁ କରମର,

ତୁମ ବିନା ନାହିଁ ଯେ ନିସ୍ତାର

      ପାଦେ ତୁମ କୋଟିଏ ଜୁହାର।

ପ୍ରଭୁ ହେ.......

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract