STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଦିଅ ମା' ଐଶ୍ଵର୍ଯ୍ୟ ଭରି

ଦିଅ ମା' ଐଶ୍ଵର୍ଯ୍ୟ ଭରି

1 min
365

     

ମା' ତୁମେ ମମତାମୟୀ, କରୁଣାମୟୀ

      ଆସ ଗୋ ତୁମେ ଧରାଧାମେ ଅବତରୀ,

ତୁମେ ଅଭୟଦାୟିନୀ ଦୁଃଖହାରିଣୀ

     ସଂସାରରେ ଦିଅ ମା' ଐଶ୍ଵର୍ଯ୍ୟ ଭରି।୦।


ତୁମ ପାଦେ ଭକ୍ତିର ସୁମନ ଅଜାଡି

        ଭରସା ବିଶ୍ବାସରେ କରୁଅଛି ଅଳି,

ଦେଇନାହଁ ଦେବନାହିଁ ତୁମେ ଗୋ ଟାଳି 

      ଏ ଜୀବନେ ହସଖୁସି ପଡ଼ୁ ଉଛୁଳି।୧।


ମା'ର ମମତା ବିନା ହୁଏ ଅସହାୟ

      ସନ୍ତାନ ତୁମର କାନ୍ଦେ ଝରାଇ ଲୁହ,

ତା' ଡାକ ଶୁଣି ଥରେ ହୁଅ ଗୋ ସଦୟ

     ଆକୁଳେ ବିକଳେ ଡାକୁଅଛି ଅହରହ।୨।


ମା' ତୁମେ ମମତାମୟୀ କରୁଣାମୟୀ

ଦୁଃଖଭରା ମିଛର ଏ ଭବ ସାଗର

       ପଥ ହୁଡ଼ି ଯାଏ ରଖ ତୁମେ ନଜର,

ହୃଦୟ ବେଦନା ବଢେ ଥରକୁ ଥର

     ଭଲ ବାଟେ ନିଅ ଗୋ କରି ଆଦର।୩।


ସତ୍ୟପଥେ ନିଅ ଗୋ ତୁମେ ହାତ ଧରି

       ସନ୍ତାନକୁ ତୁମ ରଖ ଉଦ୍ଧାର କରି,

ଜ୍ଞାନ ବୁଦ୍ଧି ବିବେକ ଦିଅ ହୃଦେ ଭରି

     ବିନୟେ ତୁମକୁ ମା' କରୁଛି ଗୁହାରି।୪।

ମା' ତୁମେ ମମତାମୟୀ, କରୁଣାମୟୀ

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract