ସେ ତ ମୋ ଘର ବିଲେଇ
ସେ ତ ମୋ ଘର ବିଲେଇ
ବୁଲା ବିଲେଇ ନୁହନ୍ତି ସେ ଘର ବିଲେଇ
ନିତି ତାଙ୍କ ପାଇଁ ଖଞ୍ଜା ମାଛ ଆଉ ଶୁଖୁଆ
ନହେଲେ ତାଙ୍କ ମୁଣ୍ଡ ଯାଏ ବିଗିଡି
ମାଉଁ ମାଉଁ ହୋଇ ସେ ଡାକୁଥାଇ
ସତେ ଯେପରି କୁନି ଛୁଆ ଟିଏ
ସେ ଯେ ଘରର ବିଲେଇ ସଭିଙ୍କର
କଥା ମାନି ଚଳୁଥାଇ।
ସେ ତ ଘରର ବିଲେଇ
ମନକୁ ଉଶ୍ୱାସ କରଇ
ସବୁରି ସାଥିରେ ଖେଳୁଥାଏ ସିଏ
କାହା ସାଥେ ଝଗଡା
ନକରି ପାଖେ ପାଖେ ବସୁଥାଇ।
କ୍ଷୀର ପିଇବାକୁ ଅଳି କରେ ସିଏ
କେଉଁଠି ମୁହଁ ନ ମାରଇ
କ୍ଷୀର ପିଇ ଦେଇ ଖୁସି ହୋଇ ଯାଇ
କମଳ ଉପରେ ଶୋଇ ପଡଇ
ସେ ତ ମୋ ଘର ବିଲେଇ ।।
