STORYMIRROR

Kalpana Satpathy

Drama Fantasy Others

4  

Kalpana Satpathy

Drama Fantasy Others

ସେ ତ ମୋ ଘର ବିଲେଇ

ସେ ତ ମୋ ଘର ବିଲେଇ

1 min
326

ବୁଲା ବିଲେଇ ନୁହନ୍ତି ସେ ଘର ବିଲେଇ

ନିତି ତାଙ୍କ ପାଇଁ ଖଞ୍ଜା ମାଛ ଆଉ ଶୁଖୁଆ

ନହେଲେ ତାଙ୍କ ମୁଣ୍ଡ ଯାଏ ବିଗିଡି

ମାଉଁ ମାଉଁ ହୋଇ ସେ ଡାକୁଥାଇ

ସତେ ଯେପରି କୁନି ଛୁଆ ଟିଏ 

ସେ ଯେ ଘରର ବିଲେଇ ସଭିଙ୍କର 

କଥା ମାନି ଚଳୁଥାଇ।

ସେ ତ ଘରର ବିଲେଇ

ମନକୁ ଉଶ୍ୱାସ କରଇ

ସବୁରି ସାଥିରେ ଖେଳୁଥାଏ ସିଏ 

କାହା ସାଥେ ଝଗଡା

ନକରି ପାଖେ ପାଖେ ବସୁଥାଇ।

କ୍ଷୀର ପିଇବାକୁ ଅଳି କରେ ସିଏ

କେଉଁଠି ମୁହଁ ନ ମାରଇ

କ୍ଷୀର ପିଇ ଦେଇ ଖୁସି ହୋଇ ଯାଇ

କମଳ ଉପରେ ଶୋଇ ପଡଇ

ସେ ତ ମୋ ଘର ବିଲେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama