STORYMIRROR

Kabiratna Nutan Kumar Behera

Abstract Drama Classics

4  

Kabiratna Nutan Kumar Behera

Abstract Drama Classics

କାହ୍ନାର ବଂଶୀ ଶୁଭୁନି ଆଉ

କାହ୍ନାର ବଂଶୀ ଶୁଭୁନି ଆଉ

1 min
262


ସଖୀ ଲୋ ସଖୀ

       ଯାଆ ମୋ ଧନ ଆସିବୁ ଦେଖି

ସଖୀ ଲୋ ସଖୀ

ଫରକେ ଆଖି

          ମନ ଅସ୍ଥିର ହୁଏନା ରଖି

ସଖି ଲୋ ସଖି।

ଯମୁନା କୂଳ କଦମ୍ବ ମୂଳ

        କୋଇଲି କରୁନି କୁହୁ କୁହୁ,

ନାହିଁ ଗହଳ ନାହିଁ ଚହଳ

       କାହ୍ନାର ବଂଶୀ ଶୁଭୁନି ଆଉ।

ମନ ଅଧୀର ନିଃଶ୍ବାସ ଖର

         ପାରୁନି ସହି ବିରହ ଦାଉ,

ଦେହେ ଜ୍ବର ହୁଏ ଥରହର 

       କାହ୍ନାର ବଂଶୀ ଶୁଭୁନି ଆଉ।

ସଖୀ ଲୋ ସଖୀ..

ସହି ମୁଁ ଶାଶୁ ନଣନ୍ଦ ଗାଳି

      ଏ ଜୀବନ ମୋର ଗଲେ ଯାଉ,

କାହ୍ନା ପ୍ରେମ ମୁଁ ପାରୁନି ଟାଳି

      କଳଙ୍କ ଲାଗିଲେ ଲାଗୁ ଥାଉ।

ମୋହନ ବଇଁଶୀ ସ୍ବର ଶୁଣି

      ଭୁଲିଯାଏ ସବୁ ଯା' ବି ହେଉ,

ଏକା ଏକା ମୁଁ ରହି ପାରୁନି

       କାହ୍ନାର ବଂଶୀ ଶୁଭୁନି ଆଉ।

ସଖୀ ଲୋ ସଖୀ...

ଯାଇ ମୁଁ ଯମୁନା ଝାସ ଦେବି

        ଜୀବନ ହାରିବି ସାକ୍ଷୀ ଥିବୁ,

କାହ୍ନା ବିନା ମୁଁ ଅଧା ରହିବି 

       ପ୍ରାଣ ହାରିଲି ବୋଲି କହିବୁ।

ରାଈ କାହ୍ନା ଦେହେ ଏକ ଆତ୍ମା

        ତାଙ୍କ ବିନା ଏ ପ୍ରାଣ ନ ରହୁ,

ଭୁଲି ପାରୁନି ପ୍ରେମ ମହିମା 

       କାହ୍ନାର ବଂଶୀ ଶୁଭୁନି ଆଉ।

ସଖୀ ଲୋ ସଖୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract