STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଭକ୍ତ ହୃଦଚନ୍ଦନ ହେ ଚକାନୟନ

ଭକ୍ତ ହୃଦଚନ୍ଦନ ହେ ଚକାନୟନ

1 min
258

    

ଭକ୍ତ ହୃଦଚନ୍ଦନ ହେ ଚକାନୟନ

        ତୁମ ପାଦପଦ୍ମେ କରେ ନମନ,

ତୁମେ ଜୀବର ଜୀବନ ଆର୍ତ୍ତନାଶନ

        ବିଶ୍ଵ ବ୍ରହ୍ମାଣ୍ଡର କର କଲ୍ୟାଣ।


ତୁମେ ରାଧାମୋହନ ହେ ମଧୁସୂଦନ

       ପ୍ରାଣୀର ବିଷାଦ କର ମୋଚନ,

ପତିତ ଜନକୁ ଦିଅ ବାରେ ଶରଣ 

         ଆଶିଷ ତୁମର କରି ପ୍ରଦାନ।


ତୁମେ ହିଁ ଚିରନ୍ତନ ତୁମେ ଅର୍ବାଚୀନ

     ଯୁଗେ ଯୁଗେ ଶୁଣ ଡାକିଲେ ଦୀନ,

ଉଡ଼େ ତୁମର ନେତ ପତିତପାବନ

      ଜଗତେ ତୁମେ ସତ୍ୟ ସନାତନ।


ଭାବରେ ଭାବଗ୍ରାହୀ ତୁମେ ଜନାର୍ଦ୍ଦନ

       ସାରା ସଂସାର ଗାଏ ତୁମ ଗୁଣ,

ତୁମେ ତ କୃପାସିନ୍ଧୁ ଜଗତ ଜୀବନ

       ପ୍ରାଣୀର ପ୍ରାଣେ ପ୍ରାଣର ସ୍ପନ୍ଦନ।


ତୁମକୁ ଭଜି ଭଜି ଦୀନ ଅକିଞ୍ଚନ

        କରିଛନ୍ତି ତାଙ୍କ ଆଶା ପୂରଣ,

ଘୁଞ୍ଚାଇଛ ବିପଦ କରିଛ ତାରଣ 

        ତୁମକୁ ସର୍ବେ କରନ୍ତି ଜଣାଣ।


ତୁମେ ତ ଜଗନ୍ନାଥ ତୁମେ ଭଗବାନ

         ଶ୍ରଦ୍ଧାଳୁ ଭକତର ରଖ ମାନ,

ଅଧର୍ମ ନାଶି କର ଧର୍ମ ସଂସ୍ଥାପନ

       ତୁମେ ଭୂତ ଭବିଷ୍ୟ ବର୍ତ୍ତମାନ।


ଭକ୍ତ ଜୀବନ ଧନ ହେ ରଘୁନନ୍ଦନ,

         କରୁଛି ପ୍ରଣାମ ଗୁହାରି ଶୁଣ,

ଚରଣରେ ତୁମର ଦିଅ ହେ ଶରଣ

     ତୁମ ପାଦେ ରହିଥାଉ ମୋ ଧ୍ୟାନ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract