STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ନୀଳାଦ୍ରିନାଥ ହେ ଜଗନ୍ନାଥ

ନୀଳାଦ୍ରିନାଥ ହେ ଜଗନ୍ନାଥ

1 min
381

    


ନିଳାଦ୍ରୀନାଥ ହେ ଜଗନ୍ନାଥ 

              ଶୁଣ ଗରିବ ଦୁଃଖ,

କର ହେ ଦୟା ଘୁଞ୍ଚୁ ଏ ମାୟା 

              ତୁମ ଶରଣେ ରଖ।

ଉଡ଼ାଅ ବାନା ଶ୍ରୀକ୍ଷେତ୍ର ସୁନା 

             ବଡ଼ ଦେଉଳେ ରହି,

ଭକତ ଡ଼ାକ ଶୁଣି ଅନେକ 

              କରିଛ ତାଙ୍କୁ ତ୍ରାହି।

ମୋ ପାଇଁ କିଆଁ ବୁଲାଅ ଭୁଆଁ 

             ମୁଁ କି ଏଡ଼େ ଅଧମ ?

କରି ଅନାଥ ହେ ଜଗନ୍ନାଥ 

             ପାଇବ କି ସୁନାମ ?

ତୁମ କରୁଣା ହୋଇଲେ ଊଣା 

             କହିବି ମୁଁ କାହାକୁ ?

ତୁମେ ତ ବନ୍ଧୁ କୃପାର ସିନ୍ଧୁ 

            ଶୁଣୁନ ମୋ ବେଳକୁ ?

ମାଗିଲା ଯିଏ ପାଇଲା ସିଏ 

             ଦେଉଛ ଇଚ୍ଛା ମତେ,

ରହିଛ ଚାହିଁ ମାଗୁଛି ମୁହିଁ 

             ବିକଳ ହୋଇ ଏତେ।

ହେ ଆର୍ତ୍ତତ୍ରାଣ ହୁଅ ପାଷାଣ 

            କରିଛି ମୁଁ କି ଦୋଷ ?

ପାଏ କଷଣ ବାଧେ ଭୀଷଣ 

              ହୁଏ ଖାଲି ନିରାଶ।

ତୁମେ ଶ୍ରୀହରି କର ହେ ପାରି 

            ଭବ ଜଳେ ମୁଁ ଭାସେ,

କରେ ଗୁହାରି ହେ ଗିରିଧାରୀ 

              ରହିଛି ତୁମ ଆଶେ।

ତୁମେ ପରମ ମହାମହିମ 

              ତୁମେ ହିଁ ତ ମଣିମା,

ହୁଏ ବିନୟ ହୁଅ ସଦୟ 

               ରହୁ ତୁମ ମହିମା।

ଜୀବନ ଡୋର ଧରିଛ ମୋର 

             ନିଅ ଆଲୋକ ପଥେ,

ଅନ୍ଧାରେ ହୁଡ଼ି ଗଲେ ମୁଁ ପଡ଼ି 

            ରହିଥିବ ମୋ ସାଥେ।

ନିଳାଦ୍ରୀନାଥ ହେ ଜଗନ୍ନାଥ 

             ତୁମେ ସାହା ଭରସା,

ଦିଅ ଆଶିଷ ଓଠେ ମୋ ହସ 

             ମୁଖେ ମଧୁର ଭାଷା।

ପ୍ରଣତି ଢ଼ାଳି କରୁଛି ଅଳି

               ଭକତି ପୁଷ୍ପ ଅର୍ପି,

ପୂଜା ଅର୍ଚ୍ଚନା ଶୁଭଭାବନା

             କରେ ସବୁ ସମର୍ପି।


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract