STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ଗୋଧନ ପୂଜନ ସମୃଦ୍ଧି ଲକ୍ଷଣ

ଗୋଧନ ପୂଜନ ସମୃଦ୍ଧି ଲକ୍ଷଣ

1 min
370


ଓଡ଼ିଆ ଜାତିର ଐତିହ୍ୟ ସ୍ଵତନ୍ତ୍ର

         ସାଂସାରିକ ଜୀବନର ମୂଳମନ୍ତ୍ର,

ସବୁରି ହୃଦୟକୁ କରି ପବିତ୍ର

        ଗଢ଼ି ଦେଇଥାଏ ନିର୍ମଳ ଚରିତ୍ର।


ପ୍ରତି ପରିବାରରେ ପାଳି ଗୋଧନ

         ସରସ ସୁନ୍ଦର ଗଢ଼ନ୍ତି ଜୀବନ,

ଗୃହର ଶ୍ରୀବୃଦ୍ଧି ହୋଇ ବଢ଼େ ମାନ

        ଗୋଧନ ପୂଜନ ସମୃଦ୍ଧି ଲକ୍ଷଣ।


ହିନ୍ଦୁ ଧର୍ମରେ ' ଗାଈ ' ଗୋମାତା ଦେବୀ

   ପୁଣ୍ଯଫଳ ପାଏ ସେ ପାରେ ଯେ ସେବି,

ଗାଈ ଗୋରୁଙ୍କ ଉପକାରକୁ ଭାବି

       ଗୃହେ ତାଙ୍କୁ ପୂଜିଥାନ୍ତି ନରରାରୀ।


ଦ୍ଵାପର ଯୁଗରେ ଗୋପାଳନ କରି

        ମହାପ୍ରଭୁ ଶ୍ରୀକୃଷ୍ଣ ମୂରଲୀଧରି,

ଦେଇଛନ୍ତି ଜ୍ଞାନ ଜଗତେ ବିତରି

      ଗୋରୁ ଗାଈ ମାନବର ଉପକାରୀ।


କୋପେ ଇନ୍ଦ୍ର ପ୍ରବଳ ବରଷା କରି

  ଗୋପପୁରେ ଆତଙ୍କ ଦେବାରୁ ସେ ଭରି,

ଟେକି ପ୍ରଭୁ କୃଷ୍ଣ ଗୋବର୍ଦ୍ଧନ ଗିରି

      ଇନ୍ଦ୍ରର ଗର୍ବକୁ ଦେଲେ ଖର୍ବ କରି।


ସେ ସ୍ମୃତିକୁ ସକଳେ ଅନୁସରି,

      ଗୋ ସମ୍ପଦ ସର୍ବେ ପାଳନ୍ତି ଆଦରି,

ଗହ୍ମା ପୂର୍ଣ୍ଣିମାରେ ତାଙ୍କୁ ପୂଜା କରି

        ଆଶିଷ ମାଗନ୍ତି ପ୍ରଭୁଙ୍କୁ ସୁମରି।


ପୁନଶ୍ଚ ଦୀପାବଳୀର ପର ଦିନ

       ଗୋରୁ ଗାଈଙ୍କୁ କରିଥାନ୍ତି ପୂଜନ,

ଓଡ଼ିଆ ସଂସ୍କୃତିର ବିଧି ବିଧାନ

     ଯଥାରୀତିରେ ହୋଇଥାଏ ପାଳନ।


ସଜୀବରେ ଦୟା ଜୀବନ ଦର୍ଶନ

      ଅନୁଭବରୁ ହୃଦୟେ ଆସେ ଜ୍ଞାନ,

ମାନବ ରହିଲେ ହୋଇ ସଚେତନ

       ସହଜରେ କଟିଯାଏ ତାର ବିଘ୍ନ।


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama