STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଜୟ ମା' ଭବାନୀ

ଜୟ ମା' ଭବାନୀ

1 min
304

        


ଜୟ ମା' ଭବାନୀ ଦୁର୍ଗତିନାଶିନୀ

     ତୁମ ପାଦପଦ୍ମେ କରୁଛି ମାଗୁଣି ଯେ,

ଦୟାକର ଦେବୀ ଦୁ଼ଃଖ ମୋର ଶୁଣି

     ଜୀବନ ଯମୁନା ବହୁଛି ଉଜାଣି ଯେ।୧।


ସୃଜନା କରିଛ ଏ ସାରା ସଂସାର

     ଦେଖାଇ ତୁମର ମହିମା ଅପାର ଯେ,

ପାଳୁଅଛ ମହୀ କରିଣ ଆଦର 

     କରୁଛି ତୁମକୁ କୋଟିଏ ଜୁହାର ଯେ।୨। 


ଆସିଲେ ସଂକଟ ପଡ଼ିଲେ ବିପଦ

    ଘୁଞ୍ଚାଅ ତୁରିତେ ଦେଇ ଆଶୀର୍ବାଦ ଯେ,

ଦୂର ହୋଇଯାଏ ଭବୁ ଅବସାଦ

      ସକଳେ ରୁହନ୍ତି ପାଇ ଆନନ୍ଦ ଯେ।୩।


ଦୁଷ୍ଟ ଦୈତ୍ୟ ନାଶି ଦିଅ ବରାଭୟ

     ଅନାବିଳ ହୁଏ କୋମଳ ହୃଦୟ ଯେ,

ଦୂର ହୁଏ ଶଙ୍କା ପାପ ତାପ ଭୟ

    ମନ ପ୍ରାଣ ଲାଗେ ସୁସ୍ଥ ନିରାମୟ ଯେ।୪।


ଉତ୍ସାହ ଆଗ୍ରହ ପ୍ରଚେଷ୍ଟା ଉଦ୍ୟମ 

   ଭକ୍ତି ଭାବେ ଆସେ ଅଶେଷ ଅସୀମ ଯେ,

କରିବାକୁ ନିଷ୍ଠା ବ୍ରତରେ କରମ

     ସୁରକ୍ଷିତ ରହେ ପାର୍ଥିବ ଧରମ ଯେ।୫।


କରୁଣା ତୁମର ଦିଅଇ ପ୍ରେରଣା

     ହୃଦୟରୁ ଝରେ ପ୍ରେମର ଝରଣା ଯେ,

ଗତି ପଥେ ଯାଏ ଖୋଜି ତା' ଠିକଣା

  ହୁଏ ନାହିଁ କେବେ ବାଟେ ବାଟବଣା ଯେ।୬।


ଜୟ ମା' ଭବାନୀ ଜଗତ ଜନନୀ

  ତୁମେ ଦୁର୍ଗା କାଳୀ ଲକ୍ଷ୍ମୀ ଠାକୁରାଣୀ ଯେ,

ତୁମେ ବୀଣାପାଣି ବିଦ୍ୟା ପ୍ରଦାୟିନୀ

    ତୁମ ବିନା କେହି ହୁଏନା ଅଗ୍ରଣୀ ଯେ।୭।


ଜୟ ମା' ରୁଦ୍ରାଣୀ ଜୟ ମା' ଭବାନୀ

  ତୁମେ କୃପାମୟୀ ଦୁଃଖ ବିନାଶୀନୀ ଯେ,

ଜୟ ଭଗବତୀ ଜୟ ମା' ତାରିଣୀ 

     ତୁମ ଚରଣରେ କରୁଛି ମାଗୁଣି ଯେ।୮।


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract