STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ତୁମକୁ କୋଟି ପ୍ରଣାମ ହେ ଦେବଶିଳ୍ପୀ

ତୁମକୁ କୋଟି ପ୍ରଣାମ ହେ ଦେବଶିଳ୍ପୀ

1 min
337


ତୁମକୁ କୋଟି ପ୍ରଣାମ ହେ ଦେବଶିଳ୍ପୀ

ଚରଣରେ ତୁମର ଶ୍ରଦ୍ଧାର ପବିତ୍ର ସୁମନ

ଭକ୍ତିର ଅର୍ଘ୍ୟ ତୋଳି ହୃଦୟରୁ ଦେଉଛି ଅର୍ପି

ତୁମେ ବିଶ୍ଵର ନିର୍ମାତା ହେ ବିଶ୍ଵକର୍ମା

ଚଉଦ ବ୍ରହ୍ମାଣ୍ଡେ ଅପାର ଅନନ୍ତ ତୁମ ମହିମା 

ଭବନରୁ ତ୍ରିଭୁବନ ଭରି ଦେଇଛ ସୁଷମା 

କାରିଗରୀ ବିଦ୍ୟାର ତୁମେ ଜନ୍ମଦାତା  

ଦେବ କୁଳେ ତୁମେ ସର୍ବଶ୍ରେଷ୍ଠ ବୈଜ୍ଞାନିକ 

କଳା ସ୍ଥାପତ୍ୟରେ ନିଖୁଣ ନିପୁଣତା

ସୂକ୍ଷ୍ମ ଜ୍ଞାନକୁ ସ୍ଥୂଳରେ କରିଛ କାର୍ଯ୍ୟକାରିତା

ଚମକପ୍ରଦ ସବୁ ହୁଏନା କଳ୍ପନାରେ କଳ୍ପି

ତୁମକୁ କୋଟି ପ୍ରଣାମ ହେ ଦେବଶିଳ୍ପୀ

ଗୋଲକ ଧାମେ ଦିବ୍ୟ ଆଲୋକ ତୁମେ 

ଗଢ଼ିଲ ନିମିଷକେ ଇନ୍ଦ୍ରପୁରୀ ଅମରାବତୀ

ମାଆ ମହାଲକ୍ଷ୍ମୀଙ୍କ ମହା ମହଲ

ସୌନ୍ଦର୍ଯ୍ୟ ତା'ର କରେ ସବୁ ଝଲମଲ

ଖଞ୍ଜି ଦେଇଛ ମାଣିକ୍ୟ ହୀରା ନୀଳା ମୋତି

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଅନନ୍ତ ତୁମ ଶକ୍ତି

ଅସ୍ତ୍ର ଶସ୍ତ୍ର ଠାରୁ ଦେବାଦେବୀଙ୍କ ବାହନ

ପଥ ପ୍ରାନ୍ତ ଠାରୁ ସ୍ଵର୍ଗ ମର୍ତ୍ତ୍ୟ ପାତାଳ ତିନିପୁର

ତୁମରି ହାତ ସ୍ପର୍ଶରେ ଦିଶେ ଚମତ୍କାର

ଧନ୍ୟ ଧନ୍ୟ ତୁମେ ହେ ବିଶ୍ଵ ବିନ୍ଧାଣି

ବସବାସ ପାଇଁ ସୁଖ ଶାନ୍ତି ତୃପ୍ତି ଦେଇଛ ଆଣି 

ତୁମ କଳା ଶୈଳୀରେ ଅଛି ଯାଦୁକରୀ ଶକ୍ତି

ସମଗ୍ର ବିଶ୍ବ ତୁମ ଚରଣେ ଜଣାଏ ଭକ୍ତି 

ଏ ଅବଦାନ ମାନବେ ଭୁଲିବେ ନାହିଁ କଦାପି

ତୁମକୁ କୋଟି ପ୍ରଣାମ ହେ ଦେବଶିଳ୍ପୀ

ତୁମେ ଚିର ସୁନ୍ଦର ନିରାକାରକୁ କର ସାକାର

ନିଜେ ନିଜକୁ କରିଛ ତୁମେ ଦାରୁବ୍ରହ୍ମ

ତୁମେ ଜଗତ ଠାକୁର ସାରା ସୃଷ୍ଟିରେ ପରମ

ତୁମେ ହିଁ କରମ ତୁମେ ହିଁ ଧରମ

ତୁମ ଦାନ କରି ଗ୍ରହଣ ଧାରଣ କରୁ ଜୀବନ

ଘର ସଂସାରଠାରୁ ଯେତେ ଜନ୍ମ ଜନ୍ମାନ୍ତର

ମିଳେନା ମୁକ୍ତି ନ ନେଲେ ତୁମର ଶରଣ

ତୁମେ ଏକ ବ୍ରହ୍ମ ରହିଛ ଭିନ୍ନ ଭିନ୍ନ ରୂପେ 

ଆବଶ୍ୟକତାକୁ ନେଇ ଜଗତର କଲ୍ୟାଣେ

ପାଳୁଛ ସସାଗରା ମହୀ ବିଧିର ବିଧାନେ 

ତୁମେ କରି କରାଉଥାଅ ସବୁ କିଛି

ମଣିଷର କର୍ମ ଦେଖି ଫଳ ଦିଅ ବାଛି ବାଛି

ତୁମ ଯଶ ଖ୍ୟାତି ଯୁଗେ ଯୁଗେ ରହିଛି ବ୍ୟାପି 

ତୁମକୁ କୋଟି ପ୍ରଣାମ ହେ ଦେବଶିଳ୍ପୀ

ମନ ପ୍ରାଣ ହୃଦୟ ତୁମକୁ ଦେଉଛି ସମର୍ପି।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama