STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

ସମୟର ବେଗ

ସମୟର ବେଗ

1 min
298

ସମୟ ନଈରେ ସୁଅ ହିଁ ବେଗ

ମନ ଓ ଦେହରୁ ଲିଭାଏ ଦାଗ

ଆଜି କଥା ହୁଏ କାଲି

କାଲି ଯାଇ ହୁଏ ଆସନ୍ତା କାଲି

ଋତୁମତୀ ନଈ ପରି ସମୟ ଫୁଲି

କହେ ବେଳହୁଁ ସାବଧାନ ବୋଲି

ଆଜିର ଘଟଣା କାଲିକୁ ସ୍ମୃତି

ଆଜି ଯିଏ ଅଛି କାଲି ହୁଅଇ ଇତି

ସାବଧାନ ସମାଧାନ ନୁହେଁ ଜାଗୃତି

ତଥାପି ସମୟରରେ କାହିଁ ନିସ୍କୃତି

ଆଜିର ଘଟଣା ହୁଏ ଇତିହାସ

ଦିନ ବିତେ ବରଷ ମାସ

ଆଜିର ହସ କାଲିକୁ ଲୁହ

ଆଜିର ବିରକ୍ତି କାଲିକୁ କୋହ

ସମୟ ଖେଳରେ କି ମାୟା ମୋହ

ଦିନ ଯାଇ ରାତି ଆସିବାକୁ ସକାଳ କୁହ

ସମୟ ଗତି ଯେଣିକି ଟାଣିଲେ 

ପଥ ପାଥେୟ ପଡନ୍ତି ଉଠନ୍ତି

ପ୍ରଭୁ ଭରସା ବାଆକୁ ବତା

ଜଗନ୍ନାଥ ଯେଉଁଠି ରକ୍ଷାକର୍ତ୍ତା

ସମୟ ପାଲଟେ ଦାସ

ଦିବସ ରଜନୀ ଅବା ପୁନେଇଁ ଉଆଁସ

ପ୍ରକୃତି ଋତୁ ଦିନେ ସୂର୍ଯ୍ୟ ରାତିରେ ଚାନ୍ଦ ପ୍ରକାଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract