STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଦୁର୍ଗତିନାଶିନୀ ନ ନିଅ ମେଲାଣି

ଦୁର୍ଗତିନାଶିନୀ ନ ନିଅ ମେଲାଣି

1 min
259


ଦୁର୍ଗତିନାଶିନୀ ନ ନିଅ ମେଲାଣି

ପାପର ଭାରାରେ ଧରା ବୁଡିଲାଣି ଯେ,

ଜୀବନ ଯମୁନା ବହୁଛି ଉଜାଣି

ଜଳେ ଜଳମୟ ହୋଇବ ଧରଣୀ ଯେ।


ଆସିଅଛ ମାତା ଦେଖ ଅବକ୍ଷୟ

ହୃଦୟେ ହୃଦୟେ ଆତଙ୍କର ଭୟ ଯେ,

ମଣିଷ ହେଉଛି ଅସ୍ଥିର ଅଥୟ

ମନ ବିଚଳିତ ରହୁ ନାହିଁ ଲୟ ଯେ।


ସତ୍ୟ ଜ୍ଞାନ ଭୁଲି ଧନ ପଛେ ଧାଏଁ

ସ୍ଵାର୍ଥେ ରହେ ରତ ସେ ମରିବା ଯାଏଁ ଯେ,

ଅହଂକାର ଗୁଣେ ଆକାଶକୁ ଛୁଏଁ

ତା' ହାତରେ ସବୁ ଧରିବାକୁ ଚାହେଁ ଯେ।


ତୁମେ ଦେବୀ ମାତା ଜଗତ ଜନନୀ

ଦୟାରେ ତୁମର ରହିଛି ଧରଣୀ ଯେ,

ତୁମ କରୁଣାରେ ରହିଛନ୍ତି ପ୍ରାଣୀ

ଭରସା ବିଶ୍ଵାସ ହୃଦୟରେ ଆଣି ଯେ।


ଆସିଲେ ସଂକଟ ରଖିବ ଉଦ୍ଧାରି

ଭବ ପାରାବାରୁ କୂଳେ ନେବ ଧରି ଯେ,

ପାପର ଭାରାରେ ହୁଏ ଟଳମଳ

ଅକାଳେ ଆସି ସେ ନେବ ମହାକାଳ ଯେ।


ତୁମେ ଆଦିମାତା ଦେଇଛ ଜୀବନ

ଅସହାୟେ ଦୁଃସ୍ଥ କରନ୍ତି କ୍ରନ୍ଦନ ଯେ,

ଅତ୍ୟାଚାର ସହି କାଟୁଛନ୍ତି ଦିନ 

ରୁହନ୍ତି ସକଳେ ହୋଇ ହୀନିମାନ ଯେ।


ତୁମ ଶୁଭ ଦୃଷ୍ଟି ଆଲୋକର ଜ୍ୟୋତି

ଶାମୁକା ଗରଭେ ସୃଷ୍ଟି କରେ ମୋତି ଯେ,

ଅକ୍ଷୟ ଅବ୍ୟୟ ତୁମର କୀରତି

ସୁରକ୍ଷିତେ ରଖ ଦୂର ହେଉ ଭୀତି ଯେ।


ଉଗ୍ର ଦୁଷ୍ଟ କ୍ରୁର ରାକ୍ଷସର ଦଳ

କରୁଛନ୍ତି ନିତି କଳି ଗଣ୍ଡଗୋଳ ଯେ,

ସୁଖ ଶାନ୍ତି ସବୁ ଦେଉଛନ୍ତି ନାଶି

ବୁଲନ୍ତି ନିର୍ଭୟେ ଗର୍ବ ଦମ୍ଭେ ହସି ଯେ।


ମାରି ତୁମେ ଦୁର୍ଗା ମହିଷାସୁରକୁ

ଉଦ୍ଧାରି ରଖିଛ ସାରା ସଂସାରକୁ ଯେ,

କରୁଛୁ ମୀନତି ଶୁଣ ଗୋ ଭୈରବୀ

ତୁମେ ଆଦିଶକ୍ତି ମାଆ ଦୁର୍ଗା ଦେବୀ ଯେ।


ଆସିଛ ଧରାକୁ ନ ଯାଅ ଫେରି

ସତ୍ୟ ଧର୍ମ ରଖ ରାକ୍ଷସେ ସଂହାରି ଯେ,

ତୁମ ପାଦପଦ୍ମେ କରୁଛୁ ଗୁହାରୀ

ସନ୍ତପ୍ତ ପ୍ରାଣରେ ଶାନ୍ତି ଦିଅ ଭରି ଯେ।


     





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract