STORYMIRROR

Barsha Swain

Drama

3  

Barsha Swain

Drama

ଶେଷ ପରିଚୟ

ଶେଷ ପରିଚୟ

1 min
224


ଫେରିବ ବସନ୍ତ ପୁଣି ବଉଳିବ ଆମ୍ବ

କୋଣେ କୋଣେ ପ୍ରତିକୋଣେ

ରାବିବ କୋକିଳ ହୋଇ ଆଚମ୍ବିତ

ଝରିବ ପୁରୁଣା ପତ୍ର, କଅଁଳିବ ନୂତନ

ମୃତ୍ୟୁ ହେବ ଶୀତର, ଦାରୁଣ ଦୁଃଖ।

ଋତୁଚକ୍ର ଆଉ ନକରିବ ଆଳାପ

ଦୁଃଖୀ ହେବ ନା ସୁଖୀ,

ବିଚିତ୍ର ତାର ଭାବନା ଆଉ ପରିସ୍ଥିତି।

ଭଗ୍ନ ଜରାଜୀର୍ଣ୍ଣ କୁଟୀର ସଦୃଶ

ଭଙ୍ଗୀଳ ଦୁର୍ଜନ ଦୁର୍ଗଗୁଡା (ଅସହାୟ ହୋଇ)

କରନ୍ତି ରୋଦନ ଆଜି (ହସି ହସି)

କି ଆଶ୍ଚର୍ଯ୍ୟ ଏ ଦୃଶ୍ୟ !

ଖୁସି ହଁ ଏ ନିତ୍ୟନୂତନତାର ଆରମ୍ଭ ମାତ୍ର।


ଦୀନହୀନ ରୁଗ୍ଣ ସ୍ବାସ୍ଥ୍ୟ

ନାହିଁ କେଉଁଠି ଉପଚାର

ଚତୁର୍ଦିଗେ ହତାଶା ଆଉ ରୋଦନ ( ନିଃସହାୟ ପ୍ରାୟ)

ହାରମାନିଥିବା ସଭ୍ୟ ଜଗତର

ନାହିଁ ଆଉ ବଡପଣ କି ପତିଆରା

ଉପଚାର ବି ଶେଷ ପର୍ଯ୍ୟାୟରେ

ଉଡାଣ ବି ଶେଷତମ ( ନିରୁପାୟ ହୋଇ)

ହେଇଦେଖ ଉଡିଯାଆନ୍ତି

(ଦଳଦଳ ବାଘ ଆଉ ଶୃଗାଳ)

ଅର୍ଥବଳ କି ବାହାବଳ ରୋକିପାରେନି ଆଜି

କାହିଁକି ଜାଣ ?

ସବୁପରେ ବି ମୃତ୍ୟୁ ଚିରସତ୍ୟ।

ମୃତ୍ୟୁ ଜନ୍ମର ଶେଷ ପରିଚୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama