STORYMIRROR

Papu parida

Drama Classics Others

3  

Papu parida

Drama Classics Others

ସଚେତନ

ସଚେତନ

1 min
224

ଆସଇ କରୋନା

ନୂଆଁ ନୂଆଁ ରୂପେ

ଖେଳାଏ ଆତଙ୍କ

ଗ୍ରାସେ ତାର କୋପେ।


ହୋଇଲେ ସଭିଏଁ

ପୂର୍ଣ୍ଣ ସଚେତନ

ହାରିବ କରୋନା

ଜିତିବ ଜୀବନ


ମୁଖ ଆବରଣ

କରି ପରିଧାନ

ମାନିକି ଚାଲିବା

ନିୟମ କାନୁନ।


ହାତକୁ ଧୋଇବା

ଆମେ ବାରମ୍ବାର

ସଚେତନତାର 

କରହେ ପ୍ରଚାର।


ସାମାଜିକ ଦୂରତା

କରିବା ପାଳନ

କରିବା ଆମେ ଯେ

କରୋନା ଦମନ।


ଟୀକା ନେଇ ଆମେ

ହେବା ସୁରକ୍ଷିତ

ସଚେତନ ହେଲେ

ବଞ୍ଚିବ ଜଗତ।


ସାହାଯ୍ୟ ବନ୍ଦନେ

ବାନ୍ଧି ହେବା ସର୍ବେ

ମନୁଷ୍ୟ ଆମେ ରେ

କୁହ ସବୁ ଗର୍ବେ।


ରୋଗ ଅଟେ ଶତ୍ରୁ

ରୋଗୀ ଆମ ମିତ

ମିଳିମିଶି ସବୁ

ଦେବା ତାକୁ ମାତ।


ଜନ ଗହଳିରୁ 

ରହିବା ଦୁରେଇ।

ଅମାନିଆ ଜମା

ଆମେ ହେବା ନାହିଁ।


ଗୁଜବ ଖବର 

ନକର ପ୍ରଚାର 

ହସିବା ସଭିଏଁ

 ହସିବ ସଂସାର।



साहित्याला गुण द्या
लॉग इन

Similar oriya poem from Drama