STORYMIRROR

Kabiratna Nutan Kumar Behera

Drama Action Classics

3  

Kabiratna Nutan Kumar Behera

Drama Action Classics

ମାଆ ଗୋ ସରସ୍ଵତୀ

ମାଆ ଗୋ ସରସ୍ଵତୀ

1 min
119

        


ମାଆ ଗୋ ସରସ୍ବତୀ ଦେବୀ ଭାରତୀ

      କରୁଛି ମିନତି ଶୁଣ ମୋ ଆରତୀ

ତୁମେ ବିଦ୍ୟାଦାୟିନୀ ହଂସବାହିନୀ

     ଅଜ୍ଞାନ ଜନେ ସଦା ଦିଅ ଜ୍ଞାନଜ୍ୟୋତି।

ବୀଣା ପୁସ୍ତକ ଧାରଣେ ବିଦ୍ୟା ଅଧିଷ୍ଠାତ୍ରୀ 

        ତୁମ କୃପା ବିନା ମିଳେନା ମୁକତି।

କଣ୍ଠେ ବସି କହି ଦିଅ ସତ୍ୟବାଣୀ

       ବିନୟେ ଡାକୁଛି ମୁଁ ଯେ ମୁଢମତି।

ମାଆ ଗୋ ସରସ୍ବତୀ l

ପାଇ ତୁମ କରୁଣାର ଶୁଭାଶିଷ, 

        ମହାପଣ୍ଡିତ ହୋଇଲେ କାଳିଦାସ।

ତୁମ ଶରଣରେ ଅଛି ସାରା ବିଶ୍ବ,

        ସାରଦା ବରଦା ଦିଅ ଜୀବନ୍ୟାସ।

ଜୀବନ ପଥେ ଅମା ଅନ୍ଧକାର ଭରା,

      ତୁମ ଛଡ଼ା କିଏ ଦେବ ଗୋ ସାହାରା ?

ମାଆ ଗୋ ସରସ୍ଵତୀ l

ଅଜ୍ଞାନ ଅନ୍ଧାରେ ମୁଁ ଯେ ପଥହରା,

       ପାଦେ ପଡ଼ି ତୁମ ହେଉଛି ନେହୁରା।

କରୁଣା କର ମୁଁ ଦୀନ ଅକିଞ୍ଚନ,

     କିଞ୍ଚିତ ଜ୍ଞାନ ମୋତେ କର ଗୋ ଦାନ।

ଦୟାରୁ ତୁମ ଝରି ଆସୁ ମମତା,

       ଅପସରି ଯାଉ ଯେତେ ଅଜ୍ଞାନତା।

ମାଆ ଗୋ ସରସ୍ବତୀ l

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama