ଅଭିନୟ
ଅଭିନୟ


ତୁମର ଅଭିନୟ ବେଶ ପ୍ରାଣବନ୍ତ,
ଚିତାକର୍ଷକ ମନଲୋଭା,
କେହିବି ବୁଝି ପାରିବେନି ,
ଏହା ତୁମର ଅଭିନୟ ନାଁ ଆଉକିଛି !
କେତେ ସୁନ୍ଦର ତୁମେ ଫୁଟାଇ ଚାଲିଛ ଚରିତ୍ରର ଚିତ୍ରକୁ,
ମିଛର ଖୋଳାପାକୁ ପିନ୍ଧି ସତର ମଞ୍ଚରେ ।
କେବେ କାନ୍ଦୁଛ କେବେ କନ୍ଦାଉଛ,
କେବେ ହସୁଛ କେବେ ହସାଉଛ ,
ଚମତ୍କାର ସଂଯୋଜନାର ମିଶ୍ରଣ !
ତୁମ ସହ ସହ କଳାକାର ବି ଅନନ୍ୟା,
ତୁମେ ବି କୋଉ କମ କି ?
ହୁଏତ ତୁମ ଛଡା ,
ଏ ଚରିତ୍ର ଲାଗି କେହି ଯୋଗ୍ୟ ହୋଇନଥାନ୍ତେ ,
ସତରେ ଏତେ ସବୁ ବିଦ୍ୟା,
ବିଦ୍ୟାରଣ ପେଷାଦାର ବି ମୁହଁ ଲୁଚାଇବେ ତୁମଠି ।
ହେଲେ କାହିଁ ମଞ୍ଚ ଆଗରୁ ତ ତୁମେ ଏମିତି ନଥିଲ,
ନାଁ ସବୁଭରା ଥାଇ ନଦେଖାଇବାକୁ ଚେଷ୍ଟାକରି ସଫଳ ହେଉଥିଲ,
ତେବେ ଏବେ ଦେଖ !
ତୁମେ ଏବେ ଏବେ ଧରା ପଡ଼ିଗଲ ସମାଜ ଆଗରେ,
ଚେଷ୍ଟା ତୁମର ସବୁ ବିଫଳଗାମୀ ,
ଛାଡ଼ ଏବେତ ଛାଡିଦିଅ ସେ କୁତ୍ରିମ ଆବରଣର ମୋହ ,
ସେ କୁତ୍ରିମ ପାଉଡର ମଖାରେ ତୁମେ ଯେ ସମସ୍ତଙ୍କୁ ବୋକା କରିପାର,
ଏ କଥା ଆଜି ସଭିଙ୍କ ଆଗରେ ବିରାଟ ପ୍ରଶ୍ନଟିଏ ହୋଇ ,
ଏବେ ବୋଧେ ଲାଗିଯିବ ବିରାମ ତୁମ ମିଛ ଅଭିନୟରେ ।।