କଳଙ୍କ
କଳଙ୍କ


ହେଉ ପଛେ ଯେତେ ବଡ଼ ପରିବାର
ଥାଉ ବି ଗୁଣ ହଜାର,
କଳଙ୍କର ଦାଗ ଲାଗି ଗଲେ ଥରେ
ହୋଇ ଯିବେ ସବୁ ପର ।।
କଜଳ ଠୁ କଳା ଦାଗ ସେଜେ ଗାଢା
ଧୋବା ବି ଧୋଇ ପାରେନା
କଳଙ୍କର ଦାଗ ଲାଗି ଗଲେ ଥରେ
ଛାଡ଼େ ନାହିଁ କେବେ ଜମା ।।
ସମାଜ ଆଗରେ ହୁଏ ହୀନମାନ
ମିଳେ ନାହିଁ ଟିକେ ସ୍ଥାନ
ମୁଣ୍ଡ ଟେକିବାର ନାହିଁ ଅଧିକାର
ଏକା କାଟି ଥାଏ ଦିନ ।।
ତୁଚ୍ଛ ବ୍ୟବହାର ମିଳଇ ଧିକାର
ନରକ ହୁଏ ଜୀବନ
ସେଇ ନରକରେ ଘାଣ୍ଟିବାକୁ ହୁଏ
ନଯିବା ଯାଏ ପ୍ରାଣ ।।
ଦୁନିଆଁ ଆଖିରେ ଚାରିତ୍ରହୀନା ସେ
କଳଙ୍କରେ କାଳଙ୍କିନୀ
କଳଙ୍କିତ ମୁଁହ ନେଇ ସବୁ ଦିନ
ହସିବା ଭୁଲି ଗଲାଣି ।।