STORYMIRROR

Priyabrata Mohanty

Drama Tragedy Classics

3  

Priyabrata Mohanty

Drama Tragedy Classics

କଳଙ୍କ

କଳଙ୍କ

1 min
369


ହେଉ ପଛେ ଯେତେ    ବଡ଼ ପରିବାର

ଥାଉ ବି ଗୁଣ ହଜାର,

କଳଙ୍କର ଦାଗ    ଲାଗି ଗଲେ ଥରେ

ହୋଇ ଯିବେ ସବୁ ପର ।।


କଜଳ ଠୁ କଳା    ଦାଗ ସେଜେ ଗାଢା

ଧୋବା ବି ଧୋଇ ପାରେନା

କଳଙ୍କର ଦାଗ    ଲାଗି ଗଲେ ଥରେ

ଛାଡ଼େ ନାହିଁ କେବେ ଜମା ।।


ସମାଜ ଆଗରେ    ହୁଏ ହୀନମାନ

ମିଳେ ନାହିଁ ଟିକେ ସ୍ଥାନ

ମୁଣ୍ଡ ଟେକିବାର    ନାହିଁ ଅଧିକାର

ଏକା କାଟି ଥାଏ ଦିନ ।।


ତୁଚ୍ଛ ବ୍ୟବହାର    ମିଳଇ ଧିକାର

ନରକ ହୁଏ ଜୀବନ

ସେଇ ନରକରେ    ଘାଣ୍ଟିବାକୁ ହୁଏ

ନଯିବା ଯାଏ ପ୍ରାଣ ।।


ଦୁନିଆଁ ଆଖିରେ    ଚାରିତ୍ରହୀନା ସେ

କଳଙ୍କରେ କାଳଙ୍କିନୀ

କଳଙ୍କିତ ମୁଁହ      ନେଇ ସବୁ ଦିନ

ହସିବା ଭୁଲି ଗଲାଣି ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama