STORYMIRROR

Priyabrata Mohanty

Drama Fantasy

3  

Priyabrata Mohanty

Drama Fantasy

ଜହ୍ନ ର ଠିକଣା

ଜହ୍ନ ର ଠିକଣା

1 min
322

ଆଖିର ଲୁହ    ଅନ୍ତରେ କୁହ

      ଦୁଃଖେ ଯାଏ ମରି,

ପ୍ରିୟା ବିନା ସେ    ରହି ପାରେନା

      ଝୁରେ ମନ ଭାରି ।।


ପଚାରେ କଇଁ    ବିକଳ ହୋଇ

      ଆକାଶକୁ ଚାହିଁ,

ପାରିବ ଦେଇ    ଖବର ତାର

      ପ୍ରିୟା ମୋର କାହିଁ ।।


କୁଆଡ଼େ ଗଲା    ପ୍ରେମିକା ମୋର

      ବୁଦ୍ଧି ହୁଏ ବଣା,

ରାତି ଅଧରେ    ତାରାକୁ ଦେଖି

      ମାଗିଲି ଠିକଣା ।।


ନେହୁରା ହୋଇ    ବାଦଲ ହାତେ

      ଦେଲି ମୋର ଚିଠି,

କହିବ ଟିକେ    ମାଗୁଛି କ୍ଷମା

      ହୋଇ ଥିଲେ ତ୍ରୁଟି ।।


ପାଣି ଛାତିରେ    ପ୍ରିୟାର ଛବି

      ହସୁଥାଏ ନିତି,

କହରେ ପାଣି    କାହିଁକି ମତେ

      ଦିସୁନି ତା' ଜ୍ୟୋତି ।।


କହିବ କିଏ    ହୋଇଛି ତାର

      କାହିଁ ମନ ଉଣା,

ଖୋଜିଲେ ଯେତେ    ମିଳେନା କିଛି

      ଜହ୍ନର ଠିକଣା ।।


ପବନ ଆସି    କହିଲା କାନେ,

      ରାତି ଅମାବାସ୍ୟା,

କଟିଲେ ରାତି    ମିଳିବ ସାଥି,

      ଆସିବ 'ତ' ପ୍ରିୟା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama