STORYMIRROR

Kabiratna Nutan Kumar Behera

Drama Action Classics

3  

Kabiratna Nutan Kumar Behera

Drama Action Classics

ସ୍ଵପ୍ନମାନଙ୍କ ପଟୁଆର

ସ୍ଵପ୍ନମାନଙ୍କ ପଟୁଆର

1 min
177

ଆଖିରେ ନିଦ ନାହିଁ 

ରାତି ହୋଇଛି ଜବରଦସ୍ତ ସାଥୀ

ତାର ଅଝଟପଣର ଜିଦ୍

ଅସ୍ତବ୍ୟସ୍ତ କରି ରଖେ ଉଜାଗର

ଆଶାର ଚକମକି ଝଲ୍ସା ଆଲୁଅରେ

ସ୍ବପ୍ନମାନଙ୍କର ପଟୁଆର

ସଭିଏଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ

ମଜଗୁଲ୍ ଏକଦମ୍ ବିଭୋର

ଛନ୍ଦରେ ଛନ୍ଦି ପକାନ୍ତି ଭାବନାକୁ

ମିଳେନା ଜମାରୁ ନିସ୍ତାର

ତାଳର ତାଳିରେ କରନ୍ତି ଉତଫୁଲ୍ଲିତ

ଲୟରେ ବିଲୟ ହୁଏ ଧ୍ୟାନ

ଯେ ଯାହାର କରନ୍ତି କାୟା ବିସ୍ତାର

ବୁଝିବା ଅବସ୍ଥାରେ ନାହାଁନ୍ତି କେହି

ସବୁ ଜରୁରୀ ବୋଲି କରନ୍ତି ଚିତ୍କାର

କାହା ଲକ୍ଷ୍ୟର ପକ୍ଷ ନେଲେ

ସମର୍ଥନକୁ କରନ୍ତି ସବୁ ଅସ୍ଵୀକାର

ନୀସ୍ତବ୍ଧତାକୁ କରି ଅନିର୍ଦ୍ଦିଷ୍ଟକାଳ ପାଇଁ

ନିଜ ମନଠାରୁ ନିରୁଦ୍ଦିଷ୍ଟ

କୋଳାହଳରେ ଫଟାଇ ପକାନ୍ତି 

ଅନ୍ତରର ଭିତର ବାହାର

ଫଗୁଣ ସାଜସଜ୍ଜାରେ ମତୁଆଲା ମଳୟ

ଚହଳରେ ଚହଲି ଯାଏ ନଜର

ସମୟର ରଖୁନାହିଁ କେହି ଖବର

ଏ ନୃତ୍ୟରତ ପଟୁଆର

ଛକରେ ଛକି ଯାଉଛି ଥକି

ଦୋଛକିରୁ କରି ପାରୁନି ବାଟ ବାହାର

ଉତଶୃଙ୍ଖଳ ବିଶୃଙ୍ଖଳ ହୁଅନ୍ତି ସବୁ

ବିପ୍ଳବର ଘୁର୍ଣ୍ଣିଝଡ଼ ବାନ୍ଧି ଦାନା

ଆସିଲେ ମାଡ଼ି କିଏ ବା କରୁଛି ମନା

ଏ ସ୍ବପ୍ନମାନଙ୍କର ପଟୁଆର

ନେତୃତ୍ଵ ବିହୀନ ଏକ ଆବେଗତାର

ଲଗାଇ ଲଗାମ୍ ଦେଲେ ତାଙ୍କୁ ଆରାମ୍

ନିୟନ୍ତ୍ରିତ ହୋଇ କରିବେ ସଲାମ୍

ସଭିଙ୍କର ଇଚ୍ଛା ହେବ ସାକାର।


Rate this content
Log in

Similar oriya poem from Drama